Odisha news

ମଧ୍ୟାହ୍ନ ଭୋଜନ ପରେ ତୁରନ୍ତ ଏସିଡ଼ିଟି ସମସ୍ୟା ଦେଖା ଯାଉଛି କି ତେବେ ଖାଇ ନିଅନ୍ତୁ ଏହି ୪ଟି ଜିନିଷ

0

ଏଭଳି ଅନେକ ଲୋକ ରହିଛନ୍ତି ଯିଏକି ମଧ୍ୟାହ୍ନ ଭୋଜନ କରିବା କ୍ଷଣି ଗ୍ୟାସ ଓ ଏସିଡ଼ିଟି ରେ ପୀଡିତ ହୋଇଥାଆନ୍ତି l ଏହା ଖାଦ୍ୟ ହଜମ ନହେବା କାରଣରୁ ପେଟର ଏହି ସମସ୍ୟା ଦେଖାଯାଇ ଥାଏ l କିଛି ଲୋକ ଏଭଳି ଥାଆନ୍ତି ଯିଏକି ଖାଦ୍ୟ ଖାଉ ଖାଉ ଆମ୍ବିଳା ହେକୁଟି ଆସିବା, ପେଟ ରେ ଯନ୍ତ୍ରଣା ଅନୁଭବ ହେବା, ପେଟ ଫୁଲିଯିବା ସମସ୍ୟାର ସମୁଖୀନ ହୋଇ ଥାଆନ୍ତି l

ଏହାର ମୁଖ୍ୟ କାରଣ କଣ –
– ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ମଧ୍ୟରେ ଖୁବ କମ ସମୟ ର ଗ୍ୟାପ
– ଖାଇବାର ତୁରନ୍ତ ପରେ ପାଣି ପିଇବା
– ଖାଦ୍ୟକୁ ଠିକ ଭାବରେ ନଚୋବାଇ ତରବର ରେ ଖାଇବା

ଘରୋଇ ଉପାୟ କଣ –
– ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ନିୟମିତ ୧୦ ମିନିଟ ଵଜ୍ରlସନ ରେ ବସନ୍ତୁ , ଏହା ଆପଣଙ୍କ ଖାଦ୍ୟକୁ ହଜମ କରିବ l ଏହାଛଡା ସକାଳ ଜଲଵିଆ ଓ ମଧ୍ୟାହ୍ନ ଭୋଜନ ମଧ୍ୟରେ ଅତି କମରେ ୪ ରୁ ୫ ଘଣ୍ଟା ବ୍ୟବଧାନ ରହିବା ଆବଶ୍ୟକ l

– ମଧ୍ୟାହ୍ନ ଭୋଜନ ପରେ ଖଣ୍ଡିଏ ଅଦା କୁ କଳରେ ଜାକନ୍ତୁ , ଏବଂ ହାଲୁକା ହାଲୁକା ଦାନ୍ତରେ ଦାବି ଏହାର ରସକୁ ପିଅନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କ ଏସିଡ଼ିଟି ଗ୍ୟାସ ସମସ୍ୟା ଦୂର ହେବ ଏବଂ ଖାଦ୍ୟ ସହଜ ରେ ହଜମ ହେବ l ଅଦା ଆଣ୍ଟିଇମ୍ଫ୍ଲାମେସନ ଗୁଣରେ ଭରପୁର ଅଟେ l

– ଖାଇବାର ୩୦ ମିନିଟ ପରେ ଅଧ କପ ଏଲୋଭେରା ଜୁସ ସେବନ କରନ୍ତୁ, ଏହା ହାର୍ଟ ବର୍ନ , ଗ୍ୟାସ ସମସ୍ୟା ରୁ ଆରାମ ଦେବ ଏବଂ ପେଟରେ ଏସିଡ ପ୍ରଡକ୍ସନ କୁ ଦୂର କରିବାରେ ସାହାଯ୍ୟ କରିବ l

– ଏସିଡ଼ିଟି ସମସ୍ୟା ରେ ପାନମଧୁରୀ ଖୁବ ଉପକାରୀ, ପାନମଧୁରୀ ପେଟ ସମସ୍ୟା ପାଇଁ ରାମବାଣ  ଅଟେ, ପ୍ରତିଦିନ ସକକୁ ଗୋଟିଏ ଗ୍ଲାସ ପାଣିରେ ଦୁଇଚାମଚ ପାନମଧୁରୀ ମିଶାଇ ବତୁରାଈ ଦିଅନ୍ତୁ, ମଧ୍ୟାହ୍ନ ଭୋଜନ ର ୩୦ ମିନିଟ ପରେ ଏହାକୁ ଛାଣି ସେବନ କରନ୍ତୁ l ଏସିଡ଼ିଟି ସମସ୍ୟା ଦୂର ହେବ l

Leave A Reply