ଭୁବନେଶ୍ୱର : କୀମସ କୋଭିଡ ହସ୍ପିଟାଲରେ ଜଣେ ଆକ୍ରାନ୍ତ ମହିଳା ସନ୍ତାନ ପ୍ରସବ କରିଛନ୍ତି । ନବଜାତ ଶିଶୁଟି ସୁସ୍ଥ ଅଛି । ରାଜ୍ୟରେ ତାହା ପ୍ରଥମ ବୋଲି କୁହାଯାଉଛି । ମିଳିଥିବା ସୂଚନାସାରେ ଏବେ କିମ୍ସ କୋବିଡ ହସପିଟାଲର ଡାକ୍ତରମାନେ ଜଣେ କାରୋନା ଆକ୍ରାନ୍ତ ଗର୍ଭବତୀଙ୍କ ପ୍ରସବ କରାଇବାରେ ସଫଳ ହୋଇଛନ୍ତି । ମେ ୩୦ରେ ବାହାର ରାଜ୍ୟରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଗର୍ଭବତୀ ମହିଳା କାରୋନା ସଂକ୍ରମିତ ଜଣା ପଡିବା ପରେ କିମ୍ସ କୋବିଡ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ଜୁନ ୨୧ରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ସମୟ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ରୋଗୀଙ୍କ ନମୁନା ନେଗେଟିଭ ଆସିବା ପର୍ଯ୍ୟନ୍ତ ତାଙ୍କର ପ୍ରସବକୁ ସ୍ଥଗିତ ରଖିବା ପାଇଁ କିମ୍ସ ଡାକ୍ତରମାନେ ଯୋଜନା କରିଥିଲେ । ତେବେ ଏହା ପୂର୍ବରୁ ମହିଳାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲେ ସେଥିପାଇଁ କିମ୍ସ କୋବିଡ ହସପିଟାଲରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଜୁନ ୧ରେ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କର ପ୍ରସବ କରାଇବା ପାଇଁ କିମ୍ସ ଡାକ୍ତରମାନେ ନିଷ୍ପତି ନେଇଥିଲେ। ତାଙ୍କର ପ୍ରଥମ ପ୍ରସବ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିଲା