Odisha news

ମାଡି ଆସୁଛି ପଙ୍ଗପାଳ , ଚିନ୍ତାରେ ଚାଷୀ

0

ତାଳଚେର: ଚୀନରୁ ଜନ୍ମ ନେଇ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଭୟାବହତାର ନିସ୍ତାର ନଯାଉଣୁ ଏବେ ପାକିସ୍ତାନରୁ ଅନ୍ୟ ରାଜ୍ୟ ଦେଇ ଓଡିଶାକୁ ମାଡି ଆସୁଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଶସ୍ୟ ଶ୍ୟାମଳା ଭରା ଓଡିଶା ଭଳି ଏକ ରାଜ୍ୟକୁ ଶ୍ରୀହୀନ କରାଇ ଏକ ନଅଙ୍କ ଦୁର୍ଭିକ୍ଷ ଅବସ୍ଥା ସୃଷ୍ଟି କରିବାରେ ସମ୍ଭାବ୍ୟ ଆଶଙ୍କା ଦେଖା ଦେଇଛି । କୁହାଯାଇଛି ଯେ, କୁଆଡେ ଏହି ପଙ୍ଗପାଳ ଦଳ ଗୋଟିଏ ଦିନରେ ୩୫ ହଜାର ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ ଖାଦ୍ୟ ଶସ୍ୟ ଖାଇପକାଇବା ସହ ଶହ ଶହ ଏକର ଚାଷ କ୍ଷେତ ଉଜାଡି ପକାଉଥିବା ଆକଳନ କରାଯାଇଛି । ମୁଣ୍ଡର ଝାଳ ତୁଣ୍ଡରେ ମାରି କ୍ଷେତ୍ରରେ ସୁନା ଫଳାଉଥିବା ଚାଷୀ ଏବେ ଏହାକୁ ନେଇ ଚିନ୍ତାରେ ପଡିଯାଇଛି ।

ଏପରି ସ୍ଥଳେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଗୋଟାଏ ପଟେ କରୋନା ମହାମାରୀ ଏବଂ ଅନ୍ୟ ପଟେ ପଙ୍ଗପାଳଙ୍କୁ ପ୍ରତିହତ କରିବାକୁ ନେଇ ଜନସଚେତନତା ସୃଷ୍ଟି କରିବା ସହ ପ୍ରଘାଡ ଉଦ୍ୟମ ଓ ପ୍ରଚେଷ୍ଟା ଜାରି ରଖିଛି । ପୁନଶ୍ଚ ଚାଇନା ଓ ପାକିସ୍ତାନ ପକ୍ଷରୁ ଭାରତ ସୀମା ଉଲ୍ଲ୍ଘଂନକୁ କେନ୍ଦ୍ର କରି ଉଭୟ ଦେଶ ମଧ୍ୟରେ ଏକ ଯୁଦ୍ଧ ଅବସ୍ଥା ଦେଖା ଦେଇଛି । ଏହି ତମାମ ଘଟଣା ଆଖି ସମ୍ମୁଖକୁ ଆଣିଲେ ଆମ ରାଜ୍ୟ ଓ ଦେଶ ପାଇଁ ଏକ ଦୁର୍ଭାଗ୍ୟ ଜନକ ସମୟ ଆସି ପହଚିଂଛି । ଯାହା ଦୀର୍ଘ ବର୍ଷ ମଧ୍ୟରେ କେବେ ଦେଖା ଦେଇନଥିଲା ବୋଲି ବୟସ୍କ ବ୍ୟକ୍ତି ବିଶେଷଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ । ତେବେ ଏହି ଦୁଃଖ ପରେ ଦୁଃଖର ବିଲୋପ ଘଟି କେବେ ସ୍ୱାଭାବିକ ଅବସ୍ଥା ଫେରି ଆସିବା ନେଇ ସମସ୍ତଙ୍କ ମୁହଁରୁ ଏହି ଗୋଟିଏ କଥା ଏବେ ଶୁଣିବାକୁ ମିଳୁଛି । ମାତ୍ର କାହା ନିକଟରେ ଏହାର ସଠିକ୍ ଉତର ନାହିଁ ।

Leave A Reply