Odisha news

ଜୁଇରେ ଗୋଟିଏ ପରିବାବର ୪ ସଦସ୍ୟଙ୍କ ଚିତା ଜଳିଲା

0

ଝାରସୁଗୁଡା, ୪।୬ : ଝାରସୁଗୁଡ଼ା ପୌରାଞ୍ଚଳ ଲହଣ୍ଡାବୁଡ଼ ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଜୁଇରେ ଗୋଟିଏ ପରିବାବର ୪ ସଦସ୍ୟଙ୍କ ଚିତା ଜଳିବା ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଦେଇଛି । ସାନ ଭାଇ ମୃତୁ୍ୟରେ ଦୁଃଖରେ ଭାଙ୍ଗିପଡି ମୃତୁ୍ୟକୁ ଆଦରି ନେଇଛନ୍ତି ବଡ ଭାଇ ଭଉଣୀ ଓ ମା । ପରିବାର ୪ ସଦସ୍ୟଙ୍କ ମୃତୁ୍ୟରେ ସମ୍ପର୍କୀୟ, ସାଙ୍ଗସାଥୀ, ସ୍ଥାନୀୟ ଲୋକ, ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ସେମାନଙ୍କ ଶେଷକୃତ୍ୟ ଗୁରୁବାର ଅପରାହ@ରେ ସମ୍ପନ୍ନ ହୋଇଥିବା ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟ ଦୁଇ ଭଉଣୀ ବନ୍ଦିତା(୩୫) ଏବଂ ଲିଲି(୩୮)ଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେମାନଙ୍କ ଚିକିତ୍ସା ଚାଳିଛି । ସାନଭାଇ ଦୀପକ ବିଶ୍ୱାଳ(୨୨)ର ମୃତୁ୍ୟ ପରେ ଝାରସୁଗୁଡା ଜିଲ୍ଲା ଲହୁଣ୍ଡାବୁଡ ଅଞ୍ଚଳରେ ସୋମବାର ରାତିରେ ତିନି ଭଉଣୀ, ବଡ ଭାଇ ଓ ମା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ଏନେଇ ଖବର ପାଇ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାର ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲ । ଚିକିତ୍ସିତ ଅବସ୍ଥାରେ ବୁଧବାର ସକାଳେ ବଡ ଭାଇ ଶ୍ରୀକାନ୍ତ (୩୩)ଙ୍କ ମୃତୁ୍ୟ ହୋଇଥିବାବେଳେ ରାତିରେ ଭଉଣୀ ପିଙ୍କି (୩୦) ଓ ଗୁରୁବାର ସକାଳେ ମା ପୁଷ୍ପାବତୀଙ୍କ (୫୮) ମୃତୁ୍ୟ ହୋଇଛି । ଗୋଟିଏ ପରିବାରର ୪ ଜଣଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟଣା ସାରା ଜିଲାକୁ ସ୍ତବ୍ଧ କରିଦେଇଛି । ବୁର୍ଲାରୁ ମା ପୁଷ୍ପାବତୀ, ଭଉଣୀ ପିଙ୍କି ଓ ଭାଇ ଶ୍ରୀକାନ୍ତଙ୍କ ଓ ଝାରସୁଗୁଡା ଶବ ଗୃହରୁ ଦୀପକର ମୃତଦେହ ଆଣି ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Leave A Reply