ଛତ୍ରପୁର ୧୨/୬ : ଚମାଖଣ୍ଡି ଥାନା ଅନ୍ତର୍ଗତ ଆଇଆରଇ କଲୋନୀ ଗେଟ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଚନ୍ଦ୍ରପଦା ଗ୍ରାମର ଶଙ୍କର ପ୍ରଧାନ (୫୯) ବୋଲି ଜଣା ପଡିଛି । ମିଳିଥିବା ସୂଚନା ମୁତାବକ ଶଙ୍କର ପ୍ରଧାନ ଏକ ଓଆର ୦୭ ପି ୭୯୨୪ ନମ୍ବର ବିଷିଷ୍ଠ ବାଇକ ଯୋଗେ ଚନ୍ଦ୍ରପଦା ରୁ ଆଇ ଆର ଇ କୌଣସି କାରଣରୁ ଯାଇ ଘରକୁ ଫେରୁଥିବା ବେଳେ ଆଇ ଆର ଇ ଅଭିମୁଖେ ଯାଉଥିବା ଓଡି୦୭ ଜେ ୦୯୨୬ ନମ୍ବର ବିଷିଷ୍ଠ ଏକ ଲୁହା ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଶଙ୍କରଙ୍କ ମୃତ୍ୟୁ ହୋଇଥିଲା । ଚମାଖଣ୍ଡି ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଥାନାରେ ୧୧୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲା ।
