ନିରାକାରପୁର, ୧୨/୬: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ନିରାକାରପୁର ମେଡିକାଲ ପରିସରରେ ରଜ ଉତ୍ସବ ୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଯୁବତୀ ଓ ମହିଳା ମାନଙ୍କ ମଧ୍ୟରେ ଝୋଟି,ମେହେନ୍ଦି,ହେୟାରଷ୍ଟାଇଲ ଓ ହୁଳହୁଳି ପ୍ରତିଯୋଗିତା ହୋଇଯାଇଛି।ଏହି ପ୍ରତିଯୋଗିତାରେ ସ୍ଥାନୀୟ ନିରାକାରପୁର, ଡିଆ,ଓ ଲେଣ୍ଡୋ ଗ୍ରାମପଚାଂୟତ ର ଯୁବତୀ ଓ ମହିଳା ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗି ମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ପ୍ରତିଯୋଗି ମାନଙ୍କୁ ରଜ ଉତ୍ସବରେ ମାନପତ୍ର ଓ ଉତ୍ତରୀୟ ଦେଇ ପୁରସ୍କୃତ ଦେଇ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।ରଜ ଉତ୍ସବ ୨୦୨୨ ଶ୍ରୀରାମ ମନ୍ଦିର ପ୍ରାଗଂଣରେ ଅନୁଷ୍ଠିତ ହେବ । ଆଜିର ପ୍ରତିଯୋଗିତାରେ ବିଚାରକ ଭାବେ ସ୍ୱାଗତିକା ପାହାଡ଼ ସିଂହ, ଭୂମିଶୁତା ପ୍ରଧାନ ଓ ପ୍ରଣତୀ ପାହାଡ଼ ସିଂହ ପ୍ରମୁଖ ଯୋଗ ଦେଇଥିଲେ।
