ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଗନ୍ଧର୍ବ ପୁରୀ ନାମକ ଗୋଟିଏ ଗାଁ ଅଛି l ଲୋକକଥାର ମାନ୍ୟତା ଅନୁସାରେ ଏହି ଗ୍ରାମଟି ଏକ ଅଭିଶପ୍ତ ଗ୍ରାମ l ପ୍ରାଚୀନ କାଳରେ ରାଜା ଗନ୍ଧର୍ବ ସେନଙ୍କ ଅଭିଶାପରେ ଏହି ଗ୍ରାମଟି ସମ୍ପୃନ ପାଷାଣରେ ପରିବର୍ତନ ହୋଇ ଗଲା l ଏଠାରେ ସମସ୍ତ ବ୍ୟକ୍ତି ,ପଶୁ ଓ ପକ୍ଷୀ ଅଭିଶାପ ଗ୍ରସ୍ତ ହାପି ପଥରରେ ପରିବର୍ତନ ହୋଇ ଯାଇଥିଲେ l ତାପରେ ଏକ ବଡ ଆକାରର ଧୂଳି ଝଡ ହୋଇ ସମ୍ପୂର୍ଣ ନାଗରୀଟି ମାଟି ତଳେ ପୋତି ହୋଇଗଲା l
ଦେବାସର ଷୋନକଛରେ ଅବସ୍ଥିତ ଗନ୍ଧର୍ବ ପୁରୀ ଏହା ଏକ ଏପରି ଗାଁ ଯେଉଁଠାରେ ବୌଦ୍ଧ କାଳୀନ ଇତିହାସର ପ୍ରମାଣ ମିଳିଥାଏ l ଏହି ଗାଁଟିର ନାଁ ଚମ୍ପାବତୀ ଥିଲା l ଚମ୍ପାବତୀ ଥିଲେ ଗନ୍ଧର୍ବ ସେନଙ୍କ ମା ,ପୁତ୍ର ଗନ୍ଧର୍ବ ସେନଙ୍କ ନାମ ଅନୁସାରେ ଏହି ଜାଗର ନାଁ ଗନ୍ଧର୍ବ ପୁରୀ ରଖାଗଲା l ଆଜି ମଧ୍ୟ ଲୋକମାନେ ଏହାକୁ ଗନ୍ଧର୍ବ ପୁରୀ ବୋଲି ଜାଣନ୍ତି l ଜନସୃତି ଅନୁସାରେ ରାଜା ଗନ୍ଧର୍ବ ସେନଙ୍କ ଅଭିଶାପରେ ସଂମ୍ପୃନ ଗନ୍ଧର୍ବ ପୁରୀ ପାଷାଣ ହୋଇଯାଇଥିଲା l ଏହି ସ୍ଥାନ ବିଷୟରେ ଅନେକ କଥା ଶୁଣିବାକୁ ମିଳିଥାଏ l
କୁହାଯାଏ ଯେ ରାଜା ଗନ୍ଧର୍ବ ସେନ ୪ ଟି ବିଭାହ କରିଥିଲେ ,ତାଙ୍କର ୪ ଜଣ ପତ୍ନୀ ୪ ବର୍ଣ୍ଣର ଥିଲେ l ଯିଏ କ୍ଷେତ୍ରୀୟ ରାଣୀ ଥିଲେ ତାଙ୍କର ୩ ଟି ପୁତ୍ର ଜନ୍ମ ହୋଇଥିଲେ l ସେମାନେ ଥିଲେ ସେନାପତି ଶଙ୍ଖ ,ରାଜା ବିକ୍ରମlଦିତ୍ୟ ,ରୁଷି ଭାତୃହରି l କ୍ଷତ୍ରିୟ ରାଣୀ ତାଙ୍କ ପିତାଙ୍କ ଇଛା ବିରୁଦ୍ଧରେ ଗନ୍ଧର୍ବ ସେନଙ୍କୁ ବିଭାହ କରିଥିବାରୁ ତାଙ୍କ ପିତା ସର୍ବଦା ଅସନ୍ତୁଷ୍ଟ ରହୁଥିଲେ l ଗନ୍ଧର୍ବ ସେନଙ୍କର ଏକ ଲୁକାୟିତ ଗୁଣ ଥିଲା l ସେ ଦିନରେ ଗଧମୁଖ ଧାରଣା କରୁଥିଲେ ଓ ରାତିରେ ଗଧ ଖୋଳରୁ ବାହାରି ଜଣେ ସୁନ୍ଦର ରାଜକୁମାର ହୋଇ ଯାଉଥିଲେ l ଏହି କଥା କ୍ଷେତ୍ରୀୟ ରାଣୀଙ୍କ ପିତା ଜାଣି ପାରିଲେ l ଥରେ ରାତିରେ ସେ ସେହି ଚମତ୍କାରୀ ଖୋଳକୁ ନିଆଁ ଜଳାଇ ପୋଡିଦେଲେ ଏହା ଦ୍ୱାରା ଗନ୍ଧର୍ବ ସେନ ମଧ୍ୟ ଜଳିବାକୁ ଲାଗିଲେ l ଜଳୁଥିବା ଅବସ୍ଥାରେ ସେ ସମସ୍ତ ନଗରୀକୁ ଅଭିଶାପ ଦେଲେ ଯେ ଜୀଏବି ଏହି ନଗରୀରେ ରହୁଛନ୍ତି ସମସ୍ତେ ପଥର ହୋଇ ଯାଆନ୍ତୁ l
ଏହି ବିଷୟରେ ଗାଁର ସରପଞ୍ଚ ବିକ୍ରମ ସିଂ ଚୌହାନ କହିଛନ୍ତି ଯେ “ଏହି ନଗରୀର ମାଟି ତଳୁ ଅନେକ ମୂର୍ତି ଖନନ କରାଯାଇ ବାହାର କରାଯାଇଥିଲା l ସେଥିପାଇଁ ଏଠାରେ ୧୯୬୬ ରେ ଏକ ସଂଗ୍ରହାଳୟ ନିର୍ମାଣ କରାଯାଇ ସେଠାରେ କିଛି ପ୍ରସିଦ୍ଧ ମୂର୍ତ୍ତିକୁ ରଖାଯାଇଛି l “ସଂଗ୍ରହାଳୟର କେୟାର ଟେକର ରାମ ପ୍ରସାଦ କୁଣ୍ଡଲିୟା କୁହନ୍ତି “ବର୍ତ୍ତମାନ ସେହି ସଂଗ୍ରହାଳୟରେ ୩00 ଟି ମୂର୍ତି ସଂଗୃହିତ କରାଯାଇ ରଖ ଯାଇଛି l ଏହା ବ୍ୟତୀତ ଅଧିକାଂଶ ମୂର୍ତି ଗନ୍ଧର୍ବ ପୁରୀରେ ଥିବା ଗନ୍ଧର୍ବ ସେନଙ୍କ ମନ୍ଦିରରେ ସ୍ଥାପିତ କରାଯାଇଛି l
ଦେବାସର ସ୍ଥାନୀୟ ବାସିନ୍ଦା କମଲ ସୋନି କୁହନ୍ତି ଯେ “ଏହା ଏକ ପ୍ରାଚୀନ ନଗରୀ l ଏଠାରେ ଆଜି ମଧ୍ୟ ମାଟି ଖୋଲା ହେଲେ ବିଭିନ୍ନ ମୂର୍ତି ବାହାରୁଚି l ଯଥା ବୁଦ୍ଧ ,ମହାବୀର ,ବିଷ୍ଣୁଙ୍କ ବ୍ୟତୀତ ଗ୍ରାମୀଣ ଲୋକଙ୍କର କାର୍ଯ୍ୟରତ ମୂର୍ତି ବାହାରୁଚି “l ଭୂତତ୍ୱ ବିଜ୍ଞାନୀଙ୍କ ମତରେ ଏହା ଏକ ପୁରାତନ ନଗରୀ ଯାହା ମାଟିତଳେ ପୋତିହୋଇ ରହିଛି l