Odisha news

ହିମାଚଳ : କରୋନା ଟୀକ୍କାର ଦୁଇଟି ଡୋଜ୍ ନେବାପରେ ମଧ୍ୟ ଡାକ୍ତର ସଂକ୍ରମିତ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ରାଜଧାନୀ ସିମ୍ଲାରେ ଦିନଦୟାଲ ଉପାଧ୍ୟାୟ ଡାକ୍ତର ଖାନରେ ମୁତୟନ ହୋଇଥିବା ପାଥୋଲୋଜି ଡାକ୍ତର କରୋନା ଟୀକ୍କାର ଦୁଇଟି ଡୋଜ ନେବାପରେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି l ସୋମବାର ଦିନ ତାଙ୍କର ଦୁଇଟି ରପିଡ଼ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି l ତାଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭି ଆସିଛି l ସେପଟେ ଡାକ୍ତର ଖାନରେ ଡାକ୍ତରଙ୍କ ସଂକ୍ରମଣକୁ ନେଇ ଚିନ୍ତା ଦେଖା ଦେଇଛି l ଅମର ଉଜାଲା ଏକ ତଥ୍ୟ ଅନୁସାରେ କୁହାଯାଉଛି ଯେ ଡାକ୍ତର ଜଣଙ୍କ କିଛି ଦିନ ପୂର୍ବରୁ ନିଜ ସହକର୍ମୀ ମାନଙ୍କ ସହିତ ସାକ୍ଷାତ କରିଥିଲେ l

ଡାକ୍ତରଙ୍କ ପତ୍ନୀ ଓ ଝିଅକୁ ଜ୍ୱର ହୋଇଥିବା କାରଣରୁ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା l ସେମାନଙ୍କର କରୋନା ଯାଞ୍ଚ ହେବ ପରେ ତାଙ୍କର ରିପୋର୍ଟ ମଧ୍ୟ ପଜିଟିଭି ଆସିଲା l ତାଙ୍କ ଝିଅଙ୍କର RTPCR ଟେଷ୍ଟ କରା ଯାଇଥିଲା l ତାଙ୍କର ପିତା ମାତାଙ୍କର ମଧ୍ୟ RTPCR ସାମ୍ପୁଲ ନିଆ ଯାଇଛି l ଏହି ରିପୋର୍ଟ ଗୁଡିକ ଆସିବା ବାକି ଅଛି l ଅନ୍ୟ ପକ୍ଷରେ ୩ -୪ ଦିନ ପୂର୍ବରୁ ସୋଲନ ଜିଲ୍ଲାରେ ଅନ୍ୟ ଜଣେ ମହିଳା ଡାକ୍ତର କରୋନା ଟୀକ୍କାର ଦୁଇଟି ଡୋଜ ନେବା ପରେ ମଧ୍ୟ ପଜିଟିଭି ମିଳିଥିଲେ l

କରୋନା ସଂକ୍ରମିତ ହୋଇଥିବା ଡାକ୍ତର ମାନଙ୍କୁ ଘରେ ସଙ୍ଘରଧାରେ ରହିବ ପାଇଁ ନିର୍ଦେଶ ଦିଆଯାଇଛି l ନେଗେଟିଭି ରିପୋର୍ଟ ଆସିବା ପରେ କାର୍ଯ୍ୟରେ ଯୋଗ ଦେବାପାଇଁ କୁହାଯିବ-ଡ଼ା ରମେଶ ଚୌହାନ ,ବରିଷ୍ଠ ଚିକିତ୍ସା ଅଧିକ୍ଷକ ,ଡିଡିୟୁ l

୩୦ ଜାନୁଆରୀରେ ଲାଗିଥିଲା ପ୍ରଥମ ଡୋଜ ,ମାର୍ଚ୍ଚ ୧ ରେ ଲାଗିଥିଲା ଦୁତୀୟା ଡୋଜ
ଡିଡିୟୁ ଡାକ୍ତର ଖାନାର ଡାକ୍ତରଙ୍କୁ ଜାନୁଆରୀ ୩୦ ତାରିଖରେ ପ୍ରଥମ ଡୋଜ ଦିଅ ଯାଇଥିଲା ଓ ମାର୍ଚ ୧ ତାରିଖରେ ଦ୍ୱିତୀୟ ଡୋଜ ଦିଅ ଯାଇଥିଲା l ଏହାର ୧୪ ଦିନ ପରେ ଡାକ୍ତରଙ୍କ ରିପୋର୍ଟ ପଜିଟିଭି ଆସିଲା l

Comments are closed.