ତିହିଡି,୦୯/୦୩: ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିôନ ନମେଇସାହି ଗାଁର ଗଙ୍ଗାଧର ବାରିକ ନାମକ ଜଣେ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ମିଳିଥିବା ସହାୟତା ରାଶି ଅନ୍ୟ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲି ଯାଇଛି । କୃଷି ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟ ଉଦେ୍ଦଶ୍ୟ ମୂଳକ ଭାବେ କରାଯାଇଥିବା ଅଭିଯୋଗ କରି ମଙ୍ଗଳବାର ପୂର୍ବାହ୍ଣରେ ଗଙ୍ଗାଧର, ତାଙ୍କ ପତ୍ନୀ ବ୍ଲକ କାର୍ଯ୍ୟାଳୟସ୍ଥିତ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ କରିଥିଲେ । ପ୍ରଦେଶ ସେବା ସଙ୍ଗଠନ ସହଯୋଗରେ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଗଙ୍ଗାଧର କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ ହୋଇଥିଲେ । ଆବଶ୍ୟକ କାଗଜପତ୍ର ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ଦାଖଲ କରିଥିଲେ ।
ଏସବିଆଇ ତିହିଡି ବ୍ୟାଙ୍କ ଶାଖାରେ ଥିବା ତାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ପ୍ରଦାନ କରିଥିଲେ । ତେବେ ଗତ ୨୧-୦୨-୧୯ ତାରିଖରେ ୧ମ କିସ୍ତି ଏବଂ୨୨-୧୧-୧୯ ତାରିଖରେ ମିଳିଥିବା ୨ୟ କିସ୍ତି ବାବଦକୁ ମୋଟ ୧୦ ହଜାର ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଦୁଇଟି କିସ୍ତିରେ ମିଳିଥିବା ମୋଟ ୪ ହଜାର ଟଙ୍କା ଅନ୍ୟ ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଯୋଇ ଯାଇଥିଲା । ବିଭିନ୍ନ ସମୟରେ ଗଙ୍ଗାଧର କୃଷି କାର୍ଯ୍ୟାଳୟକୁ ଯାଇ ଏ ସଂପର୍କରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରିନଥିଲେ । ଶେଷରେ ନିରାଶ ହୋଇ ଗଙ୍ଗାଧର ଏବଂ ତାଙ୍କ ପତ୍ନୀ ବାଳାମଣୀ ଆମରଣ ଅନଶନ କରିଥିବା ବେଳେ ପ୍ରଦେଶ ସେବା ସଙ୍ଗଠନର ସଭାପତି ରଞ୍ଜନ ମିଶ୍ର, ସନାତନ ଦାସ ଓ ପରାମାନନ୍ଦ ଦାସ ସହଯୋଗ କରିଥିଲେ । ପରେ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣୀ ଓ କୃଷି ଅଧିକାରୀ ରଘୁନାଥ ପତି ଅନଶନସ୍ଥଳକୁ ଯାଇ ଗଙ୍ଗାଧରଙ୍କୁ ବୁଝାସୁଝା କରିଥିଲେ । ଆସନ୍ତା ମାସକ ମଧ୍ୟରେ ସହାୟତା ରାଶି ଫେରାଇ ଆଣିବା