ତିହିଡି,୦୯/୦୩: ତିହିଡି ବ୍ଲକ କୁବେରା ପଞ୍ଚାୟତ ଅଧିନ ଦେଉଳା ଗାଁ ର ଶତାଧିକ ଏକର ଜମିରେ ଧାନ ଚାଷ ସାଳନ୍ଦୀ ନଦୀ ପାଣିରେ ପ୍ରତି ବର୍ଷ ନଷ୍ଟ ହେଉଛି । ଜଳ ନିଷ୍କାସନରେ ଦୋଳସାହି-ବୋଡକ ରାସ୍ତରୁ ଦେଉଳା ଓ ଦହପାଣିଆକୁ ସଂଯୋଗ କରୁଥିବା ରାସ୍ତା ପ୍ରତିବନ୍ଧକ ସାଜିଛି । ଏହି ପରିପ୍ରେକ୍ଷୀରେ ରାସ୍ତାରେ ସୁଠ ବସାଇ କଲଭର୍ଟ ନିର୍ମାଣ କରିବା ଓ ଗୋହିରୀ ନାଳ ମୁହଁରେ ସ୍ଲୁଇସ୍ ଗେଟ ନିର୍ମାଣ କରିବାକୁ ଚାଷୀ ମୂଲିଆ ସଂଘ ତିହିଡି ବ୍ଲକ କମିଟି ପକ୍ଷରୁ ଦାବି ହୋଇଛି । କମିଟିର କର୍ମକର୍ତ୍ତା ମାନେ ମଙ୍ଗଳବାର ବିଡିଓଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ଜଣାଇଛନ୍ତି ।
କମିଟି ସଭାପତି ସୁଶାନ୍ତ ଜେନା, ବଂଶୀଧର ଜେନା, ଚନ୍ଦ୍ରକାନ୍ତ ସାମଲ, ହରିହର ଜେନା, ନାରାୟଣ ଜେନା, ଜୟରାମ ପଣ୍ଡା ପ୍ରମୁଖ ଦର୍ଶାଇଛନ୍ତି ଯେ, ସାଳନ୍ଦୀ ନଦୀରେ ବନ୍ୟା ପାଣି ଆସିଲେ ନଦୀରୁ ବାହାରିଥିବା ଗୋହିରୀ ନାଳ ଦେଇ ଦେଉଳା ମୌଜାର ଶତାଧିକ ଏକର ଜମିରେ ଧାନ ଚାଷ ପ୍ରତିବର୍ଷ ନଷ୍ଟ ହେଉଛି । ବନ୍ୟା ପାଣିକୁ ରୋକିବାକୁ ନାଳ ମୁହଁରେ ସ୍ଲୁଇସ୍ ଗେଟ ନିର୍ମାଣ କରାଯାଉନାହିଁ । ଏହାଛଡା ଦୋଳସାହି-ବୋଡକ ରାସ୍ତାରୁ ଦେଉଳା-ଦହପାଣିଆକୁ ସଂଯୋଗ କରୁଥିବା ରାସ୍ତାର ଦୈର୍ଘ୍ୟ ୩ କମିରୁ ଅଦôକ ହୋଇଥିଲେ ମଧ୍ୟ ପାଣି ନିଷ୍କାସନ ପାଇଁ ସୁଠ କି କଲଭର୍ଟ ନିର୍ମାଣ କରାଯାଇନାହିଁ ।
ଧଳି କେନାଲର ବଳକା ଜଳ ଓ ଗୋହିରୀ ନାଳ ଦେଇ ଯାଉଥିବା ପାଣି ଦେଉଳା ମୌଜାର ଚାଷ ଜମିକୁ ନଷ୍ଟ କରି ଚାଷୀଙ୍କର କାଳ ସାଜିଛି । ଗୋହିରୀ ନାଳ ସଂସ୍କାର ପାଇଁ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ମଞ୍ଜୁର ହୋଇଛି । କାମ ନିମ୍ନ ମାନର କରାଯଉଥିବା ବେଳେ କଲଭର୍ଟ କିମ୍ବା ସ୍ଲୁଇସ୍ ଗେଟ ନିର୍ମାଣ ଲାଗି କୌଣସି ଯୋଜନା ନଥିôବା ସେମାନେ ଦର୍ଶାଇଥିଲେ । ବିଡିଓ ବସନ୍ତ କୁମାର ସାହାଣୀ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।