Odisha news

ବାପା ହେଵତ ଏମିତି : କୁମ୍ଭୀରର ପେଟଚିରି କାଢ଼ିଆଣିଲେ ନିଜ ଛୁଆକୁ

0

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଗୋଟିଏ କୁମ୍ଭୀର ୮ ବର୍ଷର ଛୁଆକୁ ଗିଳିଦେବା ଦ୍ୱାରା ଏଠାରେ ଗୋଟିଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି l ଏହି ୨୬ ଫୁଟ ଲମ୍ବର କୁମ୍ଭୀରଟିକୁ ଧରି ତା ପେଟକୁ ଚିରି ଛୁଆଟିକୁ ବାହାର କରାଯାଇଥିଲା l ପିଲାଟି ନିଜ ବାପାଙ୍କ ସହିତ ମାଛ ଧରିବାକୁ ଯାଇଥିବା ସମୟରେ ଏପରି ଘଟଣା ଘଟିଥିଲା l କୁମ୍ଭୀରଟି ଅଚାନକ ପାଣି ଭିତରୁ ବାହାରି ପିଲାଟିକୁ ଗିଳି ଦେଇଥିଲା l ନିଜ ପିଲାକୁ କୁମ୍ଭୀର ଟାଣି ନେଇଯିବା ଦେଖି ତାର ପିତା ପାଣିରେ ପହଁରି କୁମ୍ଭୀରର ପିଛା କରିଥିଲେ ଓ ନିଜ ପୁଅକୁ ବଞ୍ଚାଇବା ପାଇଁ କୁମ୍ଭୀର ସହିତ କଠୋର ସଂଘର୍ଷ କରିଥିଲେ l ଏପରିକି କୁମ୍ଭୀରର ପାଟିକୁ ଫାଡ଼ି ତା ପାଟି ଭିତରୁ ଛୁଆଟିକୁ କାଢ଼ିବାକୁ ଚେଷ୍ଟା କରିଥିଲେ l

କିନ୍ତୁ କୁମ୍ଭୀରଟି ତାଙ୍କୁ ଓଲଟା ପାଣି ଭିତରେ ଫିଙ୍ଗିଦେଇ ଆଗକୁ ଚାଲି ଯାଇଥିଲା l ଏହି ଖବର ପାଇବା କ୍ଷଣି ଉକ୍ତ ବ୍ୟକ୍ତିଙ୍କ ପଡୋଶୀ ମାନେ ସେଠାରେ ହାଜର ହୋଇ ଯାଇଥିଲେ l ତାପରେ ସେମାନେ ବ୍ୟକ୍ତିଙ୍କ କହିବା ଅନୁସାରେ କୁମ୍ଭୀରଟିର ପିଛା କରିଥିଲେ l କିଛି ବାଟ ଯିବା ପରେ କୁମ୍ଭୀରଟିକୁ ଦଉଡ଼ିରେ ବାନ୍ଧି କାବୁ କରିଥିଲେ ଏବଂ ତାକୁ ଘୋଷାରି ଘୋଷାରି କୂଳକୁ ଆଣିଥିଲେ l ସେମାନଙ୍କର ବିଶ୍ୱାସ ଥିଲାଯେ ପିଲାଟି ବଞ୍ଚିଯିବ l ତେଣୁ କୁମ୍ଭୀରଟିର ପେଟକୁ ଚିରି ପିଲାଟିକୁ ବାହାର କରିଥିଲେ ,ଏହାପରେ ନିକଟସ୍ଥ ଡାକ୍ତର ଖାନାକୁ ନେଇ ଯାଇଥିଲେ l କିଛି ସମୟରେ ପ୍ରଚେଷ୍ଟା ପରେ ଡାକ୍ତର ଶିଶୁଟିକୁ ମୃତ ଘୋସାନ କରିଥିଲେ l

Nalco
Leave A Reply