Odisha news

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆଜି ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି  ଚାଷୀମାନେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ କରିବେ। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଦିଲ୍ଲୀକୁ ସଂଯୋଗ ହୋଇଥିବା ରେଳ ପଥଗୁଡ଼ିକୁ ୪ ଘଣ୍ଟା ପାଇଁ ଅବରୋଧ କରାଯିବ ବୋଲି ଚାଷୀ ନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟରେ ରଖି ସରକାର ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛନ୍ତି। ପଂଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଂଗରେ ଅତିରିକ୍ତ ୨୦ କମ୍ପାନି ଆର୍‌ପିଏସ୍‌ଏଫ୍‌ ଯବାନ ମୁତୟନ କରାଯାଇଛି। ଆନ୍ଦୋଳନ ସମୟରେ ଯାତ୍ରୀମାନଙ୍କୁ କୌଣସି ସମସ୍ୟାରେ ନ ପକାଇବା ଏବଂ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ସରକାର ଚାଷୀ ନେତାମାନଙ୍କୁ ସତର୍କ କରାଇ ଦେଇଛନ୍ତି।

ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନର ପ୍ରମୁଖ ସ୍ଥଳ ସିଂଘୁ ସୀମାରେ କେତେକ ଆନ୍ଦୋଳନକାରୀ ପୁଲିସ ଉପରେ ଘାତକ ଆକ୍ରମଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଣେ ଆନ୍ଦୋଳନକାରୀ ପୁଲିସ କାର୍‌ ନେଇ ଖସି ପଳାଇବାକୁ ଉଦ୍ୟମ କରିବା ସହ ପୁଲିସ କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ପୁଲିସ ଆକ୍ରମଣକାରୀକୁ ଗିରଫ କରି ଜେରା ଚଳାଇଛି। ସିଂଘୁ ସୀମାରେ ପୁଣି ଉତ୍ତେଜନା ବଢ଼ୁଥିବାରୁ ପୁଲିସ ମୁତୟନ ମଧ୍ୟ ବଢ଼ିଛି।

IEC 2 years

Comments are closed.