ଋଣ ଏପରି ଗୋଟିଏ ଭାର ଯାହାର ଭାରରେ ରଥି ମହାରଥୀ ମଧ୍ୟ ଟଳି ପଡନ୍ତି l ଘରର ସିଢି ମଧ୍ୟ ଵାସ୍ତୁ ଦୃଷ୍ଟିରୁ ଠିକ ସ୍ଥାନରେ ହେବା ଆବଶ୍ୟକ l ତା ସହିତ ଆଉ ଗୋଟିଏ ମହତ୍ଵପୁର୍ଣ ଜିନିଷ ହେଲା ପାଣି ,ଏହି ଦୁଇଟି ସ୍ଥାନ ସର୍ବଦା ଠିକ ଜାଗାରେ ହୋଇଥିଲେ ମଣିଷ ଋଣ ଗ୍ରସ୍ତ ହୋଇ ନଥାଏ l
* ଘର ହେଉ କିମ୍ବା ଦୋକାନ ସର୍ବଦା ପାଣିର ବ୍ୟବସ୍ଥା ଉତର ଦିଗରେ ହେବା ଆବଶ୍ୟକ l ଏହି ଦିଗରେ ପାଣିର ବ୍ୟବସ୍ଥା କରାଗଲେ ଋଣ ଭାରରୁ ଯଥାଶୀଘ୍ର ମଣିଷ ମୁକ୍ତି ପାଇ ପାରିବ l
* ପାଣି ବ୍ୟତୀତ ଦୋକାନର ସିଢି ମଧ୍ୟ ମହତ୍ୱପୂର୍ଣ୍ଣ ଅଟେ l ଦୋକାନର ସିଢି ସର୍ବଦା ପଶ୍ଚିମ ଦିଗରେ ହୋଇଥିଲେ ସମସ୍ତ ପରିବାରକୁ ଋଣ ଭାରରେ ଘଣ୍ଟି ଦେଇଥାଏ l ତେଣୁ କେବେବି ସିଢି ପଶ୍ଚିମ ଦିଗରେ ନକରି ଦକ୍ଷିଣ ପୂର୍ବ ଦିଗରେ ରଖିବା ଆବଶ୍ୟକ l
* ଘରର ସିଢି ଉତର ପଶ୍ଚିମ ଦିଗରେ ହେଲେ ଉନ୍ନତି କରାଇଥାଏ l ତା ସହିତ ଜୀବନରେ ସର୍ବଦା ସଫଳତା ହାସଲ କରାଇଥାଏ l ଉତର ପଶ୍ଚିମ ଦିଗ ପିଲା ମାନଙ୍କର ସଫଳତା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ l
* ବେଳେ ବେଳେ ଅଧିକାଂଶ ଲୋକ ସିଢି ଘର ତଳେ ରୋଷେଇ ଘର କରିଥାନ୍ତି l ଏହା ବାସ୍ତୁ ଦୃଷ୍ଟିରୁ ଠିକ ନୁହେଁ l ସିଢି ଘର ଯେକୌଣସି ଦିଗରେ ହେଉନା କାହିଁକି ତା ତଳେ ଯଦି ରୋଷେଇ ଘର କରାଯାଏ ତେବେ ମଣିଷର ଋଣ ଭାର ବଢି ଯାଇଥାଏ l
Comments are closed.