Odisha news

ବଫଲାମାଳି ଖଣିରେ ପରିବେଶ ଓ ଖଣିଜ ସଚେତନତା କାର୍ଯ୍ୟକ୍ରମ

ରାୟଗଡା,୯ ।୨(Rabindra Patkhandal) : ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ୟୁନିଟ୍ ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ର ବାଫଲିମାଲି ଖଣିରେ ସୋସାଇଟି ଅଫ୍ ଜିଓସାଇନ୍ଟିଷ୍ଟ୍ ଆଣ୍ଡ୍ ଆଲାଏଡ୍ ଟେକ୍ନୋଲୋଜିଷ୍ଟ୍ସ, ଭୁବନେଶ୍ୱର ଆନୁକୂଲ୍ୟରେ ଆଂଚଳିକ ପରିବେଶ ଓ ଖଣିଜ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରାକୃତିକ ସମ୍ବଳ ତଥା ପରିବେଶ ସୁରକ୍ଷା ବିଷୟରେ ସଚେତନତା କରିବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଏହି କାର୍ଯ୍ୟକ୍ରମକୁ ସରକାରୀ ୟୁଜି ହାଇସ୍କୁଲ୍ରେ କରାଯାଇଥିଲା ।କାଶିପୁର ବ୍ଲକ୍ ଆଖପାଖ ଅଂଚଳର ୩ଟି ହାଇସ୍କୁଲ୍ ଟିକିର ସରକାରୀ ହାଇସ୍କୁଲ୍, କାଶିପୁରର ଏସ୍ଏସଭିଏମ୍ ଓ ମାଇକାଂଚର ସରକାରୀ ହାଇସ୍କୁଲ୍ର ୨୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ବାଫଲିମାଲି ଖଣି ଏବଂ ଓଡ଼ିଶାର ଖଣିଜ ଭଣ୍ଡାର ଓ ସମ୍ବଳ ଉପରେ ସଚେତନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସବୁ ତଥ୍ୟକୁ ଆଗ୍ରହର ସହ ଗ୍ରହଣ କରିଥିଲେ । ଓଡ଼ିଶାର ବିଭିନ୍ନ ଖଣିଜ ଭଣ୍ଡାରର ସୂଚନା, ସେଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକର ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ଏହା ପରେ ଅଂଶଗ୍ରହଣକାରୀ ବିଦ୍ୟାଳୟଗୁଡ଼ିକୁ ନେଇ ଖଣିଜ ଚିହ୍ନଟ, ବକ୍ତୃତା, ପ୍ରବନ୍ଧ ଲିଖନ ଓ କୁଇଜ୍ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ଅବସରରେ ୟୁଏଆଇଏଲ୍ର ୟୁନିଟ୍ ମୁଖ୍ୟ ମଜହର ବୈଗ୍ କହିଛନ୍ତି ଯେ ଏଥିରେ ଛାତ୍ରଛାତ୍ରୀମାନଙ୍କ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ ପରିବେଶ ସୁରକ୍ଷା ଉଦ୍ୟମକୁ ମୂଲ୍ୟ ପ୍ରଦାନ କରିବ ଏବଂ ଦେଶକୁ ନିରନ୍ତର ଶକ୍ତି ପଥରେ ଅଗ୍ରସର କରାଇବ ।ଏହି ଅବସରରେ ମୁକେଶ ଝା (ଖଣି ମୁଖ୍ୟ), କେ.ସି.ଜ୍ୟୋତିଷି (ମୁଖ୍ୟ ଜିଓଲୋଜି) ଓ ଶିବ ମହାପାତ୍ର (ସିଏସ୍ଆର ମୁଖ୍ୟ) ଛାତ୍ରଛାତ୍ରୀଙ୍କ ଓ ସେମାନଙ୍କ ସହ ଆସିଥିବା ଶିକ୍ଷକମାନଙ୍କୁ ଏହି ବିଷୟ ଉପରେ ଉଦବୋଧନ ଦେଇଥିଲେ ଓ ମୁଖ୍ୟ ଅତିଥି ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।

Ad2

Comments are closed.