ରାୟଗଡା,୯ ।୨ : ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ଦାବୀରେ ୧୦୦ ଘଣ୍ଟାର ଆମରଣ ଅନଶନ ଆରମ୍ଭକଲା ଯୁବ ବିକାଶ ପରିଷଦ । ଦୀର୍ଘ ବର୍ଷ ହେଲା ରାୟଗଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଥିଲେ ସୁଦ୍ଧା ସରକାରଙ୍କ ତରଫରୁ କଲେଜ ପ୍ରତିଷ୍ଠା ନେଇ କୌଣସି ଘୋଷଣା ନ ହେବାରୁ ଜିଲ୍ଲାବାସୀ ନିରାଶ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ । ଲୋକଙ୍କ ସ୍ୱାର୍ଥ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବାଧ୍ୟ ହୋଇ ୧୦୦ ଘଣ୍ଟା ଅନଶନ କରିବୁ ବୋଲି ମଧ୍ୟ ଶ୍ରୀଦାଶ ପ୍ରକାଶ କରିଛନ୍ତି । ରାୟଗଡା ଜିଲ୍ଲା ଏକ ପଛୁଆ ତଥା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟତଃ ରାୟଗଡ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରେ କରିଆସୁଛନ୍ତି । କିନ୍ତୁ ଜିଲ୍ଲା ଗଠନର ୩୦ ବର୍ଷ ହୋଇଯାଇଥିଲେ ସୁ୍ଦ୍ଧା ଆଜି ଯାଏଁ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ହୋଇପାରିନାହିଁ । ଆବଶ୍ୟକୀୟ ଡାକ୍ତର ଓ ଅଭିଜ୍ଞ ଡାକ୍ତର ନଥିବାରୁ ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ରାୟଗଡ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ ବହୁ ଆଦିବାସୀ ଓ ପଛୁଆବର୍ଗ ଲୋକେ ବସବାସୀ କରିଆସୁଛନ୍ତି । ଜିଲ୍ଲାରେ ବସବାସ କରୁଥିବା ବହୁ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇଁ ବାହାରକୁ ନ ଯାଇପାରି ରୋଗାକ୍ରାନ୍ତ ହୋଇପଡୁଛନ୍ତି । ତେଣୁ ରାୟଗଡା ଜିଲ୍ଲାରେ ଯଥାଶୀଘ୍ର ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ମାନ୍ୟତା ସହ ଏକ ମେଡିକାଲ କଲେଜର ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରନ୍ତୁ ବୋଲି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ପ୍ରକାଶ କରିଛନ୍ତି । ଆଜି ଯୁବ ବିକାଶ ପରିଷଦ ତରଫରୁ ଡାକରା ଦିଆଯାଇଥିବା ୧୦୦ ଘଣ୍ଟା ଅନଶନର ପ୍ରଥମ ଦିନରେ ଯୁବ ବିକାଶ ପରିଷଦର ସାଧାରଣ ସଂପାଦକ କୃଷ୍ଣ ପ୍ରସାଦ ମିଶ୍ର, ଶିବ ପ୍ରସାଦ ପାଢୀ, ବିଶ୍ୱମ୍ଭର ଗରଡିଆ, ଗୋପିନାଥ ଗୌଡ, ଗୌର ଚନ୍ଦ୍ର ସାରକା, ଗଣେଶ ସାହୁ, ଗୁରୁ ସାହୁଙ୍କ ସହ ଗ୍ରୀନ ରାୟଗଡାର ଆବାହକ କେ.କେ.ଜେନା, ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା, ଅଜୟ ରଥ, ଏବଂ ଗୋବିନ୍ଦ ଚନ୍ଦ୍ର ରଥ, ଶଶୀଭୂଷଣ ହୋତା, ମନୋଜ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।
Comments are closed.