Odisha news

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗଂଜାମ ଗସ୍ତ, ଆସିକା ଚା ଖଟିରେ ଚର୍ଚ୍ଚା କଲେ, ଅଞ୍ଚଳର ସମସ୍ଯା ସମ୍ପର୍କରେ ବୁଝିଲେ

ଆସିକା (ସୁଶାନ୍ତ କୁମାର ପଟ୍ଟନାୟକ) : ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡ଼ ରେ ରବିବାର ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗସ୍ତ କରି ଚା ଖଟି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି। ଭାରତର ସର୍ବଶ୍ରେଷ୍ଠ ସାଂସଦ ଭାବେ ସୁନାମ ଅର୍ଜନ କରିଥିବା ସାଂସଦ ଅପରାଜିତାଙ୍କୁ ଆସିକା ଠାରେ ବିଜେପି କର୍ମୀ ଓ ନେତାମାନେ ଭବ୍ୟ ସମ୍ବୋଧନା ସହ ସ୍ୱାଗତ ଜଣାଇଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଚା ଖଟିରେ ଯୋଗ ଦେଇ ଆସିକାର  ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା କରିଥିଲେ l  ବିଶେଷ କରି ଆସିକା ଚିନି କଳର ସମସ୍ୟା, ଡ୍ରେନେଜର ଅବ୍ୟବସ୍ଥା, ଆସିକାରେ ହେଉଥିବା ବନ୍ୟା ପରିସ୍ଥିତି ସମସ୍ୟା ସହ ଅଟୋଚାଳକ ସଙ୍ଘ ଏବଂ ବଣିକ ସଙ୍ଘର ସମସ୍ୟାକୁ ନେଇ  ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା ହୋଇଥିଲା l ଏତଦବ୍ୟତୀତ ଅପରାଜିତା କବିସୂର୍ଯ୍ୟନଗର ଠାରେ ପହଞ୍ଚି କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏକ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଆସିକା ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଗଂଜାମ ଜିଲ୍ଲାରେ କୌଣସି ସୈନିକ ସ୍କୁଲ ନଥିବା ବେଳେ ଵ୍ରହ୍ମପୁର ଠାରେ ଏକ ସୈନିକ ସ୍କୁଲ ପ୍ରତିଷ୍ଠା ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ

Comments are closed.