Odisha news

ତାଳସର ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ରବିବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତାଳସର ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଛନ୍ତି ଅଞ୍ଚଳର ଜଣାଶୁଣା ସମାଜସେବୀ ବୁଲା ଯେନା।ଦୀର୍ଘ ୧୫ ଦିନ ଧରି ବିଭିନ୍ନ ଟିମ୍ ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବାକୁ ଥିବା ବେଳେ ୧୫ ଓଭର୍ ବିଶିଷ୍ଟ ମ୍ଯାଚ ହେବାକୁ ସ୍ଥିର କରାଯାଇଛି। ଉଦଘାଟନୀ ମ୍ଯାଚରେ କୁମାରିପାରୀ ସହ ଓଡନଈ ଟିମ୍ ଖେଳିଥିବା ବେଳେ କୁମାରିପାରୀ ଦଳ ବିଜୟୀ ହୋଇଥିଲେ। ଖେଳାଳି ମାନଙ୍କୁ ଭାଇଚାରା ବଜାୟ ରଖି ଖେଳନ୍ତୁ ବୋଲି କହିଥିଲେ ଶ୍ରୀ ବୁଲା ଯେନା। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ତ୍ରିନାଥ ସାମନ୍ତରାୟ,
ସମାଜସେବୀ, କୃଷ୍ଣଚନ୍ଦ୍ର ସାହୁ, ପ୍ରମୋଦ କୁମାର ଭୂୟାଁ, ସହଦେବ ବିଷୋୟୀ, କୃଷ୍ଣଚନ୍ଦ୍ର ଭୂୟାଁ, ତ୍ରିନାଥ ଦୋରା, ପୂର୍ବତନ ସରପଞ୍ଚ ପଦ୍ମ ଚରଣ ସ୍ବାଇଁ, ଅକ୍ଷୟ କୁମାର ନାୟକ, ପୋଷ୍ଟ ମାଷ୍ଟର ପ୍ରସନ୍ନ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
Nalco

Comments are closed.