Odisha news

ରହସ୍ୟମୟୀ ମଠ : ବର୍ଷକୁ ଥରେ ମାତ୍ର ହୋଇଥାଏ ପୂଜା କଣ ରହିଛି ଏହା ପଛର ବୈଜ୍ଞାନିକ କାରଣ

0

ମାଘ ମାସ ଆରମ୍ଭ ହୋଇଗଲାଣି ,ଏଇ ମାଘ ମାସରେ ମହାକୁମ୍ଭ ମେଳା ଲାଗେ ଯେଉଁଠି ଲକ୍ଷ ଲକ୍ଷ ସଂଖ୍ୟାରେ ନାଗା ସାଧୁ ଯୋଗ ଦେଇଥାନ୍ତି l ନାଗାସାଧୁ ମାନଙ୍କର ଆମର ଭାରତୀୟ ପରମ୍ପରା ଓ ଧର୍ମ ସହିତ ଅନେକ ମହତ୍ୱ ରହିଛି l ଆମ ଭାରତରେ ଏପରି ଗୋଟିଏ ମଠ ରହିଛି ଯାହାର ସମ୍ପର୍କ ନାଗାସାଧୁ ମାନଙ୍କ ସହିତ ଯୋଡି ହୋଇଛି l ଏମିତିରେ ଦେଖିବାକୁ ଗଲେ ପ୍ରାୟ ପ୍ରତେକଦିନ ମନ୍ଦିର ଓ ମଠରେ ପୂଜା ପାଠ ହୋଇଥାଏ , କିନ୍ତୁ ଏହି ମଠରେ ବର୍ଷକୁ ଥରେ ମାତ୍ର ପୂଜା କରାଯାଏ l

ଏହି ମଠର ସ୍ଥାପନା ନାଗାସାଧୁ ମାନେ କରିଥିଲେ l ଏହି ମଠରେ ଗୋଟିଏ ଦେବୀଙ୍କ ପ୍ରତିମା ମଧ୍ୟ ସ୍ଥାପନ କରିଥିଲେ ,କେବଳ ଏତିକି ନୁହେଁ ଆଜି ମଧ୍ୟ ନାଗାସାଧୁ ମାନଙ୍କର ଏହି ମଠ ସହିତ ସମ୍ପର୍କ ରହିଛି l ଆସନ୍ତୁ ଜାଣିବା ସେହି ବିଷୟରେ l

ଛତିଶଗଡ଼ ବ୍ରାହ୍ମଣପଡ଼ାର ମହତ୍ୱ –

ଏହି ମଠଟି ଛତିଶଗଡ଼ର ରାଜଧାନୀ ରାୟପୁରର ବ୍ରାହ୍ମଣପଡା ରେ ଅବସ୍ଥିତ l ଏହି ମଠର ନାମ “କଂକାଳୀ ମଠ”ଅଟେ l ଏହାକୁ ବର୍ଷକୁ ଥରଟିଏ ଦଶହରା ଦିନ ଖୋଲାଯାଏ l ଏହି ପରମ୍ପରାକୁ ପ୍ରାୟ ୪୦୦ ବର୍ଷ ହେଲାଣି ପାଳନ କରାଯାଉଛି l ମାନ୍ୟତା ରହିଛି ଯେ କଂକାଳୀ ଦେବୀଙ୍କ ପ୍ରତିମା ନାଗାସାଧୁ ପ୍ରତିଷ୍ଠା କରିଥିଲେ l

ମନ୍ଦିରରେ ରଖାଯାଇଛି ନାଗାସାଧୁଙ୍କ ଶସ୍ତ୍ର –

ଏହି ମଠରେ ନାଗାସାଧୁ ମାନଙ୍କର ପ୍ରାଚୀନ ଶସ୍ତ୍ର ଗୁଡିକୁ ରଖାଯାଇଛି l ଏହି ଶସ୍ତ୍ର ଗୁଡିକ ହଜାର ବର୍ଷରୁ ଅଧିକ ହେବ l ଏଥିରେ ରହିଛି ପୁରୁଣା ଯୁଗର ଖଣ୍ଡା ,ଫାର୍ସା ,ଢାଲ, ଛୁରୀ,ଧନୁତୀର ଇତ୍ୟାଦି l ଏହି ଶସ୍ତ୍ର ଗୁଡିକୁ ଦଶହରା ଦିନ ଭକ୍ତମାନଙ୍କ ପାଇଁ ଦର୍ଶନ ପାଇଁ ବାହାରେ ରଖାଯାଇଥାଏ l ମାନ୍ୟତା ରହିଛି ଯେ ମା କଂକାଳୀ ଦଶହରା ଦିନ ମଠକୁ ଆସିଥାନ୍ତି l ସେଥିପାଇଁ ଏହିଦିନ ମଠ ଖୋଲିଥାଏ ଓ ପୁଣି ଆଉଥରେ ଏକ ବର୍ଷାପାଇଁ ବନ୍ଦ ରୁହେ l

ଅଦ୍ଭୁତ ପରମ୍ପରା –

୧୩ଦଶ ଶତାବ୍ଦୀ ରୁ ନେଇ ୧୭ଦଶ ଶତାବ୍ଦୀ ପର୍ଯ୍ୟନ୍ତ ମଠରେ ପୂଜା ହେଉଥିଲା l ଏହି ପୂଜାକୁ ନାଗାସାଧୁ କରୁଥିଲେ l ୧୭ ଶତାବ୍ଦୀ ପରେ ନୂଆ ମନ୍ଦିର ସ୍ଥାପନା ହେବାପରେ କଂକାଳୀ ଦେବୀଙ୍କ ପ୍ରତିମାକୁ ନୂଆ ମନ୍ଦିରରେ ସ୍ଥାପନା କରାଯାଇଥିଲା l ଆଜି ମଧ୍ୟ ସେହି ପୁରୁଣା ମଠରେ ନାଗାସାଧୁ ମାନେ ରହୁଛନ୍ତି l ଯଦି କୌଣସି ସାଧୁଙ୍କର ଏହି ମଠରେ ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ଏଠାରେ ସମାଧି ଦିଆଯାଏ l ଏହି ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ ଏଠାରେ ପୂର୍ବରୁ ଶ୍ମଶlନ ଥିଲା ସେଥିପାଇଁ ଏଠାରେ ଯିଏ ମୃତ୍ୟୁ ବରଣ କରେ ତାର ହାଡ଼ ଓ କଙ୍କାଳକୁ କଂକାଳୀ ହ୍ରଦରେ ପକେଇ ଦିଆଯାଏ l

କଂକାଳୀ ହ୍ରଦ ଉପରେ ଗବେଷଣା –

ଗବେଷଣାରୁ ଜଣା ପଡିଛି ଯେ ଏହି କଂକାଳୀ ହ୍ରଦରେ ଗାଧୋଇବା ଦ୍ୱାରା ଅନେକ ପ୍ରକାର ଚର୍ମ ରୋଗ ଭଲ ହୋଇଯାଇଥାଏ l ବୈଜ୍ଞାନିକ ମାନଙ୍କର ଗବେଷଣାରୁ ଜଣାପଡିଛି ଯେ କଂକାଳ ଗୁଡିକୁ ପାଣିରେ ପକାଇବା ଦ୍ୱାରା ସେଥିରେ ଥିବା ଫସଫରସ ପାଣିରେ ମିଶି ଯାଇଥାଏ ଯେଉଁ କାରଣରୁ ଏହି ପାଣିରେ ଗାଧୋଇବା ଦ୍ୱାରା ଚର୍ମ ରୋଗ ଦୂର ହୋଇଯାଏ l

Leave A Reply