ରାୟଗଡା,୧ ।୨(ରବୀନ୍ଦ୍ର ପାଟଖଣ୍ଡଳ)-ଗୋଟିଏ ଦିନର ଆଲୋକ ଦେଖିବା ପରେ ୭ ବର୍ଷ ହେଲା ଡିବି ଆଲୋକରେ ରାତ୍ରୀ ଯାପନ କରୁଛନ୍ତି ୧୮ ଖଣ୍ଡ ଗ୍ରାମବାସୀ । ଏ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନର ବିଦ୍ୟୁତ ବିଭାଗର ଅଧିକାରୀ ଏବଂ ରାଜନୈତିକ ଦଳର ନେତାଙ୍କ ଠାରେ ସମସ୍ୟା ଗୁହାରୀ କରିଥିଲେ ସୁଦ୍ଧା ଆଜି ଯାଏଁ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ବାଧ୍ୟହୋଇ ୧୮ଖଣ୍ଡ ଗ୍ରାମର ମୁଖିଆମାନେ ଜିଲ୍ଲପାଳ ସରୋଜ କୁମାର ମିଶ୍ରଙ୍କୁ ସାକ୍ଷାତ କରି ସମସ୍ୟା ସଂପର୍କରେ ଲିଖିତ ଆକାରରେ ଜଣାଇଥିଲେ ।
ସୂଚନା ମୁତାବକ ଦୀର୍ଘ ୭ବର୍ଷ ତଳେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡା ଗ୍ରାମପଞ୍ଚାୟରେ ବିଦ୍ୟୁତି କରଣ ହୋଇଥିଲା । ବିଦ୍ୟୁତକରଣର ଗୋଟିଏ ଦିନ ପରେ ଯାନ୍ତ୍ରିକ ତୃଟି ଯୋଗୁଁ ୧୮ଟି ଗ୍ରାମରେ ବିଦ୍ୟୁତ ସରାବରହ ବନ୍ଦ ରହିଲା । ଫଳରେ ଶଙ୍କରଡା ଗ୍ରାମପଞ୍ଚାୟତ ଅଧିନସ୍ଥ ରାଉଳୀ, ନାଦା, ଅଟକଣା, ସୃବାଲି, ଝୁମୁରୀଜୁଡି, ମାନାଦୁର୍ଗା, ଭିତରକୁଟୁମି, କାନିପାଇ, ଗୋବରଘାଟି ସମେତ ଅନେକ ଗ୍ରାମବାସୀ ବର୍ତ୍ତମାନ ସୁଦ୍ଧା ଅନ୍ଧକାର ଜୀବନ ବିତାଉଛନ୍ତି । ଆଜି ଶଙ୍କରଡା ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ସମତେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ୧୮ଟି ଗ୍ରାମକୁ ପୁନଃ ବିଦ୍ୟୁତ ସଂଯୋଗ କରିବା ପାଇଁ ନିବେଦନ କରିଛନ୍ତି ।
