Odisha news

କ୍ୟାପିଟାଲ ହାଇସ୍କୁଲର ପୁରାତନ ଛାତ୍ରଙ୍କ ଦ୍ଵାରା “ମୋ ସ୍କୁଲ” ପୋଷ୍ୟ କର୍ତ୍ତା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସମ୍ବର୍ଦ୍ଧନା

0
ଭୁବନେଶ୍ବର: ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନରେ କ୍ୟାପିଟାଲ ହାଇସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କୁ  ସ୍କୁଲ 1983 ବ୍ୟାଚର ଛାତ୍ରମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ  କରାଯାଇଛି I
ରୋଟାରୀ କ୍ଲବ ଅଫ ଭୁବନେଶ୍ବର ପରିସରରେ ଗତକାଲି (31/01/2021) 1983 ବ୍ୟାଚର ଛାତ୍ରମାନଙ୍କ ଦ୍ବାରା ଆୟୋଜିତ ଏକ  ବନ୍ଧୁ ମିଲନ କାର୍ଯ୍ୟକ୍ରମରେ ସୌମ୍ୟ  ପ୍ରିୟଦର୍ଶୀ ଙ୍କୁ  ତାଙ୍କ ଅବଦାନ ପାଇଁ ପ୍ରଶଂସା କରିବା ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା I
କ୍ୟାପିଟାଲ ହାଇସ୍କୁଲର 1983 ବ୍ୟାଚର ଛାତ୍ରମାନଙ୍କ ଦ୍ଵାରା  ଏକ ଚାରିଟେବଲ ଟ୍ରଷ୍ଟ  ଗଠନ କରି  ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଶିକ୍ଷା ଓ କ୍ୟାରିଅର ନିମନ୍ତେ ସହଯୋଗର ହାତ ବଢାଇବା ପାଇଁ ନିଷ୍ପତି ନିଆଯାଇଥିଲା I  ସୌମେନ୍ଦ୍ର ପ୍ରିୟଦର୍ଶୀ  ମଧ୍ୟ ଏହି କାର୍ଯ୍ୟରେ ସହଭାଗିତା କରିବା ନିମନ୍ତେ ଇଛା ପ୍ରକଟ କରିବାରୁ, ସମସ୍ତ ପୁରାତନ ଛାତ୍ରମାନେ ଖୁସି ବ୍ୟକ୍ତ କରିଥିଲେ I
ଏହି କାର୍ଯ୍ୟକ୍ରମକୁ ସଭାପତି ବିଜୟ ପାତ୍ର ପାରିଚାଳନା କରିଥିବା ବେଳେ ସମ୍ପାଦକ ପୁଲିନ୍ ସାହୁ କାର୍ଯ୍ୟ ବିବରଣୀ ପ୍ରଦାନ କରିଥିଲେ I  ପରିଶେଷରେ ଉପସଭାପତି ମୃଗଙ୍କ ଶେଖର ଛୋଟରାୟ ଧନ୍ୟବାଦ ପ୍ରଦାନ କରିଥିଲେ I
Nalco
Leave A Reply