Odisha news

ଭାରତ ଜ୍ଞାନ ବିଜ୍ଞାନ ସମିତିର ସାବୁନ୍ ବଣ୍ଟନ କାର୍ଯ୍ୟକ୍ରମ।

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ କଲ୍ଯାଣ ମଣ୍ଡପ ଠାରେ ରବିବାର ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ସାବୁନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁନିସେଫ ଓଡିଶା ଓ ହିନ୍ଦୁସ୍ଥାନ ୟୁନିଲିଭର୍ ପକ୍ଷରୁ ମିଳିତ ଭାବେ କୋଦଳା ଏନଏସିର ମହିଳା ମାନଙ୍କୁ ସାବୁନ୍ ବଣ୍ଟନ କରାଯାଇଥିଲା। କୋଭିଡ୍ ସମୟରେ ହାତ ଧୋଇବାକୁ ବାରମ୍ବାର କୁହାଯାଉଥିବା ବେଳେ ଗ୍ରାମର ମହିଳା ମାନଙ୍କୁ ସାବୁନ୍ ଦ୍ବାରା ଭଲକରି ହାତ ଧୋଇବା ପାଇଁ ପରାମର୍ଶ ଦେଇଥିଲେ ସଂସ୍ଥାର କର୍ମକର୍ତ୍ତା।କରୋନା ଠାରୁ ଦୂରେଇ ରହିବାକୁ ହେଲେ ବାରମ୍ବାର ଭଲକରି ହାତ ଧୋଇବା ଆବଶ୍ୟକ ଏବଂ ପରିବାର ଲୋକଙ୍କୁ ମହିଳା ମାନେ ଏନେଇ ବୁଝାଇବା ପାଇଁ କୁହାଯାଇଥିଲା। କାର୍ଯ୍ୟକ୍ରମରେ
କୋଦଳା ଏନଏ ସି ର ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି ,ସ୍ୱଛସାଥୀ, ସୁପରଭାଇଜର ,ସଫେଇ କର୍ମଚାରୀ ଓ ଭାରତ ଜ୍ଞାନ ବିଜ୍ଞାନ ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
Leave A Reply