Odisha news

ଗେଙ୍ଗୁଟି ନଦୀ ଉପରେ ସେତୁର ଶିଳାନ୍ୟାସ କଲେ ବିଧାୟକ : ପ୍ରସିଦ୍ଧ ଶୈବ ପୀଠ ଆରଡିକୁ ସୁଗମ ହେବ ଯାତାୟାତ

0

ତିହିଡି,୨୩/୦୧: ତିହିଡି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ପ୍ରବାହିତ ଗେଙ୍ଗୁଟି ନଦୀ ଉପରେ ଏକ ସେତୁର ଶିଳାନ୍ୟାସ କରାଯାଇଛି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶିଳାନ୍ୟାସ କରିଥିଲେ । ବିଜୁ ସେତୁ ଯୋଜନାରେ ୯.୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସେତୁ ନାନ୍ଦପୁର ସହ ପଞ୍ଚାୟତର ମଧୁପୁରକୁ ସଂଯୋଗ କରିବ । ଯାହା ଦ୍ୱାରା ପ୍ରସିଦ୍ଧ ଶୈବ ପୀଠ ଆରଡିକୁ ୫ ପଞ୍ଚାୟତବାସୀଙ୍କ ଯାତାୟାତ ସୁଗମ ହୋଇ ପାରିବ । ଶନିବାର ଦିନ ବିଧାୟକ ଶ୍ରୀ ରାୟ ସେତୁର ଶିଳାନ୍ୟାସ କରିବା ପରେ ପଞ୍ଚାୟତ ବିଜେଡି ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇଥିଲେ ।

ପଞାୟତର ସରପଞ୍ଚ ମାନସ ରଞ୍ଜନ ସାହୁ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ରାୟ ଏଥିରେ ଯୋଗ ଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବହୁ ବିକାଶ ମୂଳକ କାର୍ଯ୍ୟ କରାଯାଇଛି । ନିର୍ବାଚନମଣ୍ଡଳୀକୁ ୧ ନମ୍ବର କରିବା ପାଇଁ ସେ ଉଦ୍ୟମ ଜାରି ରଖିବେ ବୋଲି କହିଥିଳେ । ମୁଖ୍ୟ ବକ୍ତା ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ସରକାର ମହିଳା ମାନଙ୍କୁ ଅଗ୍ରାଦôକାର ଦେବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ଉପାଧ୍ୟକ୍ଷ ମାନସ ପାଠୀ, ରାଜ୍ୟ ପରିଷଦ ସଭ୍ୟ ଅଶୋକ ବଳ, ପ୍ରାକ୍ତନ ସରପଞ୍ଚ ଶ୍ରୀକାନ୍ତ ବିଶ୍ୱାଳ, ତିହିଡି ଓ ଚାନ୍ଦବାଲି ବ୍ଲକ ବିଜେଡି ସଭାପତି ଯଥାକ୍ରମେ ରଘୁନାଥ ପଣ୍ଡା ଓ ପ୍ରଫୁଲ୍ଲ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ବିଶ୍ୱାଳ,ବରିଷ୍ଠ ବିଜେଡି ନେତା ବିପିନ ରାଉତ, ଯୁବ ବିଜେଡି ସଭାପତି ଉତ୍ତମ ମହାପାତ୍ର, ସୁବାସ ସେଠୀ, ସରପଞ୍ଚ ଅରବିନ୍ଦ ପାଢୀ, ସନାତନ ବାରିକଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍ଡିଓ ଓ କନିଷ୍ଠ ଯନ୍ତ୍ରୀ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ ।

Leave A Reply