Rabindra Patkhandal: ଉକ୍ରଳ ଆଲୁମିନା ଏବଂ ବିଆରଏଲଏଫର ମିଳିତ ଜୀବିକା ଉପାର୍ଜନ ପ୍ରୟାସ “ଉନ୍ନତ” ପ୍ରକଳ୍ପ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଏବଂ ରାୟଗଡା ଜିଲାର କାଶୀପୁର ବ୍ଲକରେ ନିଜର ପ୍ରକଳ୍ପ କାର୍ଯ୍ୟାଳୟ ଖୋଲିବା ସହିତ ତାହାର ପ୍ରଥମ ମାଇଲଖୁଣ୍ଟ ସ୍ଥାପନ କରିଛି । ସ୍ୱେଚ୍ଛାସେବୀ ସଂଗଠନ ‘ଜନସାହାଯ୍ୟ’ ଥୁଆମୂଳ ରାମପୁରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ବେଳେ ସିୱାଇଏସ୍ଡିକୁ ରାୟଗଡା ଜିଲା କାଶୀପୁର ବ୍ଲକରେ ସିଏସ୍ଓ ସହଭାଗି ଭାବରେ ପ୍ରକଳ୍ପ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ପୃଥକ ପୃଥକ କାର୍ଯ୍ୟକ୍ରମରେ ଉଭୟ ପ୍ରକଳ୍ପ କାର୍ଯ୍ୟାଳୟକୁ ୟୁଏଆଇଏଲ, ବିଆରଏଲଏଫ, ବ୍ଲକ ପ୍ରଶାସନ, ସିଏସଓ ସହଭାଗି ଏବଂ ଗ୍ରାମବାସୀଙ୍କ ପ୍ରତିନିଧିମାନଙ୍କ ଦ୍ୱାରା ଉଦଘାଟନ କରାଯାଇଛି ।
ଥୁଆମୂଳ ରାମପୁରରେ “ଉନ୍ନତ” ପ୍ରକଳ୍ପ କାର୍ଯ୍ୟାଳୟକୁ ମାଇନ୍ସ ଅପରେସନ ହେଡ୍ ମୁକେଶ ଝା ଉଦଘାଟନ କରିଥିବାବେଳେ କାଶୀପୁର ବ୍ଲକରେ ପ୍ରକଳ୍ପ କାର୍ଯ୍ୟାଳୟକୁ ୟୁଏଆଇଏଲ୍ର ୟୁନିଟ ହେଡ୍ ମଜହରୁଲ୍ଲା ବେଗ୍ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ବ୍ଲକର ବିଡିଓ ନିଶାନ ମିଶ୍ର ଏବଂ ବିଆରଏଲଏଫର ସିଓଓ କୁଲଦୀପ ସିଂ ଉପସ୍ଥିତ ଥିଲେ । ଏ ନେଇ ୟୁଏଆଇଏଲର ୟୁନିଟ ହେଡ୍ ମଜହରୁଲ୍ଲା ବେଗ୍ ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଏହାକୁ ରାଜ୍ୟ ଓ ଜାତୀୟ ସ୍ତରରେ କୃଷି ରୂପାନ୍ତରଣର ଏକ ମଡେଲ କାର୍ଯ୍ୟକ୍ରମ ଭାବରେ ଗଢିତୋଳିବାକୁ ସମୁଦାୟ “ଉନ୍ନତ” ଟିମ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୟୁଏଆଇଏଲର ସିଆର ଓ ସଷ୍ଟେନେବିଲିଟି ଜିଏମ୍ ଡଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ୟୁଏଆଇଏଲ, ସିୱାଇଏସ୍ଡି ଏବଂ ଜନସାହାଯ୍ୟ ଟିମ୍ ସଦସ୍ୟଙ୍କ ସହିତ ସଞ୍ଚାଳନ କରିଥିଲେ ।