Odisha news

ବେଗୁନିଆପଡ଼ା ପଞ୍ଚାୟତରେ ମୋ ଗାଁ ରେ ତହସିଲ ଶିବିର ଅନୁଷ୍ଠିତ।

0
 କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆପଡ଼ା ବ୍ଳକର ବେଗୁନିଆପଡ଼ା ପଞ୍ଚାୟତ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି ମୋ ଗାଁ ରେ ତହସିଲ ଶିବିର ।ଲୋକେ ତହସିଲ କାର୍ଯ୍ଯାଳୟକୁ ବିଭିନ୍ନ କାର୍ଯ୍ୟରେ ଦୌଡୁଥିବା ବେଳେ ପ୍ରତି ତହସିଲ ଅନ୍ତର୍ଗତ ପଞ୍ଚାୟତ ଗୁଡ଼ିକରେ ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ଏହି ଶିବିର କରାଯାଉଛି।କୋଦଳା ତହସିଲଦାର ଅବନୀ କୁମାର ସାହୁ, ବେଗୁନିଆପଡ଼ା ବିଡ଼ିଓ ବେଦବର ପ୍ରଧାନ,ଅତିରିକ୍ତ ତହସିଲଦାର  ଅଶୋକ କୁମାର ତ୍ରିପାଠୀଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବିର ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ।ସ୍ଥାନୀୟ ଆର୍ ଆଇ କଂ ସମେତ ତହସିଲ କାର୍ଯ୍ଯାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ସେବାକୁ ଲୋକକଂ ପାଖରେ ପହଞ୍ଚାଇ ଥିଲେ।  ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡୁଥିବା ବେଳେ କମ୍ ସମୟ ମଧ୍ୟରେ କିଭଳି ଭାବେ ସେମାନଙ୍କ ନିକଟସ୍ଥ ପଞ୍ଚାୟତରେ ଏହି ସେବା ପହଞ୍ଚାଯିବ ତାହା ହିଁ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ବୋଲି କହିଛନ୍ତି କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ  ।
Leave A Reply