Odisha news

ଫ୍ରିଜ୍ ରୁ ଦୁର୍ଗନ୍ଧ ବାହାରୁଚି କି : ଆପଣାନ୍ତୁ ଏହି ଉପାୟ

0

ବର୍ତ୍ତମାନ ସୀତା ଦିନ ଚାଲିଛି ,ଏପରି ସ୍ଥଳେ ଫ୍ରୀଜିରେ ପାଣି ରଖି କେହିବି ପିୟୁ ନାହାନ୍ତି l କିନ୍ତୁ କିଛି ଜିନିଷ ଅନେକ ଦିନଧରି ଫ୍ରୀଜିରେ ପଡି ରହିବା ଦ୍ୱାରା ଖରାପ ହୋଇଯାଇଥାଏ l ଯାହା ଦ୍ୱାରା ଫ୍ରୀଜିରୁ ଦୁର୍ଗନ୍ଧ ବାହାରିଥାଏ l ଯଦି ଆପଣଙ୍କ ଫ୍ରୀଜିରେ ଜିନିଷ ରହି ଦୁର୍ଗନ୍ଧ ବାହାରୁଚି ତେବେ କେତୋଟି ଉପାୟ ଅବଲମ୍ବନ କରି ସେହି ଦୁର୍ଗନ୍ଧକୁ ଦୂରକାରୀ ପାରିବେ l

ଲେମ୍ବୁ – ଫ୍ରିଜ୍ ରୁ ଯଦି ଗନ୍ଧ ବାହାରୁଛି ତେବେ ଆପଣ ଖଣ୍ଡେ ଲେମ୍ବୁକୁ କାଟି ପାଣିରେ ପକାଇ  ଫ୍ରିଜ୍ ରେ ରଖି ଦିଅନ୍ତୁ l ଦେଖିବେ ଦୁର୍ଗନ୍ଧ ଦୁରେଇ ଯିବା  l

ବେକିଙ୍ଗ ସୋଢା – ଫ୍ରିଜ୍ ସଫାକରିବା ସମୟରେ ବେକିଙ୍ଗ ସୋଢାର ବ୍ୟବହାର କରନ୍ତୁ l ଅଳ୍ପ ବେକିଙ୍ଗ ସୋଢା ନେଇ ସେଥିରେ ପାଣି ମିଶାନ୍ତୁ ଏବଂ ଏହାପରେ  ଫ୍ରିଜ୍ ପଛନ୍ତୁ l

କଫି ମଞ୍ଜି -କଫି ମଞ୍ଜିକୁ  ଫ୍ରିଜ୍ ରେ ଅଲଗା ଅଲଗା ଜାଗାରେ ରଖି  ଫ୍ରିଜ୍ ଅନ କରନ୍ତୁ l ଏହାପରେ ରାତିସାରା  ଫ୍ରିଜ୍ କୁ ବନ୍ଦ କରି ଛାଡି ଦିଅନ୍ତୁ ଦେଖିବେ ଗନ୍ଧ ପଳାଇବା l

ଲୁଣ -ଗୋଟିଏ ପାତ୍ରରେ ପାଣିରେ ଲୁଣ ପକାଇ ଫୁଟାନ୍ତୁ l ଏହି ଫୁଟନ୍ତା ପାଣି ଥଣ୍ଡା ହେବ ପରେ ସେଥିରେ  ଫ୍ରିଜ୍ ସଫା କରନ୍ତୁ l

ଭିନେଗାର -ଭିନେଗାରର ବ୍ୟବହାର  ଫ୍ରିଜ୍ ରେ ଥିବା  ଗନ୍ଧକୁ ଦୂର କରିଦେବ l ତେଣୁକରି ଗୋଟିଏ କପ ଧଳା ଭିନେଗାର ନେଇ  ଫ୍ରିଜ୍ ରେ ରାତି ସାରା ରଖି ଦିଅନ୍ତୁ l ସକାଳୁ ଦେଖିବେ ଆଉ ଗନ୍ଧ ନଥିବ l

ଚାରକୋଲ -ଗୋଟିଏ ପାତ୍ରରେ ଚାରକୋଲ ରଖନ୍ତୁ ,ଏହାପରେ  ଫ୍ରିଜ୍ ର ତାପମାତ୍ରା କମ କରି ଦିଅନ୍ତୁ l ତିନିଦିନ ପର୍ଯ୍ୟନ୍ତ  ଫ୍ରିଜ୍ ଟିକୁ ସେହି ତାପମାତ୍ରାରେ ରଖି ବନ୍ଦ କରନ୍ତୁ ,ଦେଖିବେ ଦୁର୍ଗନ୍ଧ ଦୁରେଇ ଯିବା l

Leave A Reply