ରାୟଗଡା୧୬ ।୧ : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖ ଜୋନ ଜିଲ୍ଲା ପରିଷଦ ସଦସ୍ୟ ନିମନ୍ତେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ପତ୍ର ସଂଖ୍ୟା ୧୫୦ ତା ୧୫.୦୧.୨୦୨୧ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାୟଗଡା ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ ସଦସ୍ୟ ପଦ ଖାଲି ରହିଛି । ସୂଚନାଯୋଗ୍ୟ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କ ୨୪ ନଭେମ୍ବର ୨୦୧୯ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେହି ଦିନ ଠାରୁ ଏହି ପଦ ଖାଲି ପଡିଥିଲା । ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନ ନିମନ୍ତେ ୨୨ ଜାନୁୟାରୀ ଦିନ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ସମ୍ବନ୍ଧୀୟ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ ମରାଯିବ । ୨୮,୨୯ ଏବଂ ୧ ଫେବୃୟାରୀ ଦିିନ ପ୍ରାର୍ଥିପତ୍ର ଦାଖଲ କରାଯିବ । ୦୨ ଫେବୃୟାରୀ ଦିନ ୧୧ଟାରୁ ପ୍ରାର୍ଥି ପତ୍ର ଯାଞ୍ଚ ପକ୍ରିୟା ଆରମ୍ଭ ହେବ । ୩ ଫେବୃୟାରୀ ୧୧ଟା ସମୟରେ ଚୂଡାନ୍ତ ପ୍ରାର୍ଥି ଉପ-ଜି୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ସମ୍ବନ୍ଧୀୟ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶ କରାଯିବ । ୦୫ ଫେବୃୟାରୀରେ ୧୧ଟା ପ୍ରାର୍ଥିପତ୍ର ପ୍ରତ୍ୟାହାର ସହ ୩ଟା ଚୂଡାନ୍ତ ପ୍ରାର୍ଥିପତ୍ର ପ୍ରକାଶ କରାଯିବ । ୨୪ ଫେବୃୟାରୀରେ ସକାଳ ୭ଟୁ ଦିବା ୧୨ଟା ଯାଏଁ ନିର୍ବାଚନ ଅନୁଷ୍ଠିତ ହେବ । ୨୫ ତାରିଖ ଭୋଟ ଗଣତି ହୋଇ ଫଳାଫଳ ବ୍ଲକ ଅଫିସ ଠାରେ ଘୋଷଣା କରାଯିବ ।