ନୂଆଦିଲ୍ଲୀ :ଜଣେ ମହିଳା କରୋନା ଭୁତାଣୁ ପାଖରୁ ରକ୍ଷା ପାଇବା ପାଇଁ ଏକ ନିଆରା ବ୍ୟବହାର କରିଥିଲେ | ମହିଳା ଜଣକ ସ୍ୱାମୀକୁ କୁକୁର ପରି ବାନ୍ଧି ବୁଲିବାକୁ ନେଇଗଲେ। ତେବେ ମହିଳାଙ୍କ କାର୍ଯ୍ୟକଳାପ ଧରାପଡିଥିଲା ଏବଂ ଏହି ଦମ୍ପତିଙ୍କୁ ଏକ ଲକ୍ଷ ୭୫ ହଜାର ଟଙ୍କା ଜରିମାନା କରାଯାଇଥିଲା।
ଏହି ମାମଲା କାନାଡାର କେବିକେ ରାଜ୍ୟର ଅଟେ। ଶନିବାର ରାତିରେ ଜଣେ୨୪ ବର୍ଷ ବୟସ୍କା ମହିଳା ନିଜର ୪୦ ବର୍ଷିୟ ସ୍ୱାମୀଙ୍କୁ ଦଉଡିରେ ବାନ୍ଧି ବୁଲାଇବାକୁ ନେଇଥିଲେ। କେବିକେରେ କରୋନା ହେତୁ ସକାଳ୮ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ତେବେ କୁକୁରକୁ ବୁଲାଇବାକୁ ଅନୁମତି ଦିଆଯାଇଛି।ଯେତେବେଳେ ମହିଳା ଜଣକ ପୋଲିସ ଦ୍ୱାରା ଧରା ପଡ଼ିଲେ, ସେମାନେ ନିଜକୁ ରକ୍ଷା କରି କହିଥିଲେ ଯେ ସେ କୁକୁର ବୁଲାଉଛନ୍ତି | ଏହା ପରେ ପୋଲିସ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ପ୍ରାୟ୮୭ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲା।
Bbc.com ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ପୋଲିସର ମୁଖପାତ୍ର ଇଜାବେଲ ସେର୍ଡନ୍ କହିଛନ୍ତି ଯେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଦଉଡିରେ ନେଇ ଯାଉଥିଲେ । ଯେତେବେଳେ ପତ୍ନୀଙ୍କୁ ପଚରାଗଲା, ସେ ତାଙ୍କ ସ୍ୱାମୀଙ୍କୁ ସୂଚାଇ କହିଥିଲେ ଯେ ସେ କେବଳ କୁକୁରକୁ ନେଉଛନ୍ତିl ସ୍ଥାନୀୟ ପୋଲିସର ସୂଚନାନୁସାରେ, ଏହି ଦମ୍ପତି ଧରାପଡ଼ିବା ବେଳେ ପୋଲିସ ସହ ସହଯୋଗ କରିନଥିଲେ, କିନ୍ତୁ ଜୋରିମାନା ରାଶି ପରିମାଣ ଗ୍ରହଣ କରିଥିଲେ। କାନାଡାର କେବିକେରେ ରାତି ୮ ଟା ପରେ ଘରୁ ବାହାରିବା ପାଇଁ ପୋଲିସ ଏପର୍ଯ୍ୟନ୍ତ ୭୫୦ ଇନଭଏସ୍ ଜାରି କରିଛି।