ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି ସିଂହପୁର ଥାନା ଅଧିନ ଚମ୍ପାପଦର ଗ୍ରାମର ବହୁଚର୍ଚିତ ଭଗ ହରିଜନ ହତ୍ୟାକାଣ୍ଡ ରେ ଜଡିତ ଅନ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ। ଏନେଇ ଏକ ଖବରଦାତା ସମ୍ମିଳନୀରେ ରେ ସୂଚନା ଦେଇଛନ୍ତି ବୋରିଗୁମ୍ମା ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ। ଅଭିଯୁକ୍ତ ର ନାମ ଧବୁଲୁ ହରିଜନ ଗ୍ରାମ ଚମ୍ପାପଦର ଗ୍ରାମରେ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ର ସୂଚନା ମୁତାବକ ଗତ ୨୭.୦୯.୨୦୨୦ ରେ ଚମ୍ପାପଦର ଗ୍ରାମର ମୂର୍ତ୍ତି ହରିଜନ ବି ସିଂହପୁର ଥାନାରେ ପୁଅ ର ମୃତୁ କୁ ନେଇ ଏକ ଏତଲା ପ୍ରଦାନ କରିଥିଲେ।ସେ ଏତଲା ରେ ମୂର୍ତ୍ତି ହରିଜନ ଦର୍ଶାଇଥିଲେ ଯେ ତାଙ୍କ ପୁଅ ଭଗ ହରିଜନ କୁ ଆଠ ଜଣ ମିଶି ଦଣ୍ଡାବାଡ଼ ଗ୍ରାମରେ ହତ୍ୟା କରିଛନ୍ତି।
ପୋଲିସ ଏତଲା କୁ ଭିତ୍ତିକରି ବି ସିଂହପୁର ଥାନାରେ କେସ ନମ୍ବର ୧୦୪ /୨୦୨୦ ଦଫା ୩୦୨,୩୪ ରୁଜୁ କରିଥିଲେ।ପୋଲିସ ତୁରନ୍ତ ଭଗ ହରିଜନ ହତ୍ୟା ର ସନ୍ଧାନ ରେ ବାହାରିଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ହତ୍ୟାକାରୀ କୁ ଗିରଫ କରିଥିଲେ ସେମାନେ ହେଲେ ମଙ୍ଗଳଦାନ ହରିଜନ ଓ ଘାସିରାମ ହରିଜନ।ଆଜି ପୋଲିସ ତୃତୀୟ ହତ୍ୟାକାରୀ କୁ ଗିରଫ କରିଛି। ଉକ୍ତ ହତ୍ୟାକାରୀ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନାରେ ବିଭିନ୍ନ ପ୍ରକାର ଅପରାଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି ଏସ ଡ଼ି ପି ଓ ଶ୍ରୀ ମାଝୀ। ତେବେ ଏବେବି ଭଗ ହତ୍ୟାକାଣ୍ଡ ର ପାଞ୍ଚ ହତ୍ୟାକାରୀ ଫେରାର ଥିବା ପୋଲିସ କହିଛି। ଅତିଶୀଘ୍ର ଅନ୍ୟ ହତ୍ୟାକାରୀ ଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଏସ ଡ଼ି ପି ଓ ଙ୍କ ବ୍ୟତୀତ ବି ସିଂହପୁର ଭାରପ୍ରାପ୍ତ ଅଧିକାରୀ ଦାମୋଦର ବିହାରୀ ଉପସ୍ଥିତ ଥିଲେ।