Odisha news

ଜିଲ୍ଲା ଅମାନତ୍ୟ ବିକାଶ ପରିଷଦ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

0
ବୋରିଗୁମ୍ମା (କେ.ସାକିଲି ଦୋରା)— ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସେମାଲାଗୁଡା ପଞ୍ଚାୟତ ଅଧିନ ନକୁଳଗୁଡା ଠାରେ କୋରାପୁଟ ଜିଲ୍ଲା ଅମାନତ୍ୟ ବିକାଶ ପରିଷଦ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନକୁଳଗୁଡା ଅମାନତ୍ୟ ସଭା ଗୃହ ଠାରେ ଆୟୋଜିତ ବୈଠକରେ ଜିଲ୍ଲା ଅମାନତ୍ୟ ବିକାଶ ପରିଷଦ ର ସଭାପତି ଧନୁର୍ଜୟ ପୂଜାରୀ ସଭାପତିତ୍ୱ କରିଥିଲେ। ବୈଠକରେ ଅମାନତ୍ୟ ବିକାଶ ପରିଷଦ ର ପଞ୍ଜିକରଣ ଉପରେ ଆଲୋଚନା ହୋଇଥିଲା। ଖୁବଶୀଘ୍ର ସଂଘ କୁ ପଞ୍ଜିକରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିଭଳି ଅମାନତ୍ୟ ସଙ୍ଘ ର ସୁରକ୍ଷା, ବିକାଶ ଓ ସମାଜ ମଙ୍ଗଳ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା। ପ୍ରତି ଗାଁ କୁ ଗାଁ ବୁଲି ଲୋକ ମାନଙ୍କୁ ସ୍ୱଚ୍ଛତା ଉପରେ ସଚେତନତା କରାଯିବ ବୋଲି ସଂଘ ସମ୍ପାଦକ ତୀର୍ଥବାସ ଚୌଧୁରୀ କହିଥିଲେ। ଆଜି ଅମାନତ୍ୟ ବିକାଶ ପରିଷଦ ର ସମସ୍ତ ସଭ୍ୟ ସେମାଲାଗୁଡା ଗାଁ ରାସ୍ତା ରେ ଝାଡୁ ମାରି ସ୍ୱଚ୍ଛତା କରିଥିଲେ।ଅମାନତ୍ୟ ବିକାଶ ପରିଷଦ ର ସମସ୍ତ କର୍ମକର୍ତ୍ତା କୋବିଡ଼ ନିୟମ ମାନି ସମସ୍ତେ ମାସ୍କ ପିନ୍ଧି ବୈଠକରେ ଯୋଗ ଦେଇଥିଲେ।ଗାଁ ଲୋକ ମାନଙ୍କୁ ପରିଷଦ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଥିଲା।  ଅନ୍ୟ ମାନଙ୍କ ମଧ୍ୟରେ ଅମାନତ୍ୟ ଜିଲ୍ଲା ସଙ୍ଘ ଉପ ସଭାପତି ବିଦ୍ୟାଧର ପୂଜାରୀ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଉପଦେଷ୍ଟା ନରସିଂହ ନାୟକ, ନୀଳକଣ୍ଠ ଦଳପତି, ସରପଞ୍ଚ ରାମକୃଷ୍ଣ ଅମାନତ୍ୟ ଓ ଜିଲ୍ଲାର ଶହେ ରୁ ଉର୍ଦ୍ଧ୍ବ ସଭ୍ୟ ଉପସ୍ଥିତ ଥିଲେ।
Leave A Reply