ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୋଟିଏ କେସ୍ ର ମଙ୍ଗଳବାର ଦିନ ଶୁଣାଣି ସମୟରେ କହିଛନ୍ତି ଯେ ଘରେ ରହୁଥିବ ମହିଳା ମାନଙ୍କର କାର୍ଯ୍ୟକୁ ତାଙ୍କ ସ୍ୱାମୀଙ୍କର ଅଫିସ କାର୍ଯ୍ୟଭଳି ମହତ୍ୱ ଦିଆଯିବ ଉଚିତ l ଗୋଟିଏ ମୋଟର ବାହନ କ୍ଷତିପୂରଣକୁ ନେଇ ଶୁଣାଣି ସମୟରେ ସର୍ବୋଉଚ ନ୍ୟାୟାଳୟ କହିଥିଲେ ଯେ ଏହା ଚିନ୍ତା କରନ୍ତୁ କି ଘରେ ରହୁଥିବା ମହିଳା ମାନେ କାମ କରନ୍ତି ନାହିଁ କିମ୍ବା ସେମାନେ ଘରର କୌଣସି ଆର୍ଥିକ ସହାୟତାରେ ନିଜର ସହଯୋଗ ଦେଇ ନଥାନ୍ତି ,ଏହା ଭୁଲ ଅଟେ ବର୍ତ୍ତମାନ ଏପରି ଚିନ୍ତାଧାରାରୁ ନିଜକୁ ଦୁରେଇ ରଖିବା ବଶ୍ୟକ l ଏହା କହି ନ୍ୟାୟାଳୟ କାର ଦୁର୍ଘଟଣାରେ ଜୀବନ ହରାଇଥିବା ଗୋଟିଏ ଦମ୍ପତ୍ତିଙ୍କର ସମ୍ପର୍କୀୟ ମାନଙ୍କୁ ମିଳିବାକୁ ଥିବା କ୍ଷତି ପୁରଣର ରକମକୁ ବଢ଼ାଇ ଦେଇଥିଲେ l ହାଇକୋର୍ଟ ଏହି ମାମଲାରେ ମୃତ ମହିଳାଙ୍କ ଆୟକୁ ଏଥିପାଇଁ କମ ଅଙ୍କିତ କରିଥିଲେ କାରଣ ସେ ଗୃହିଣୀ ଥିଲେ l
ଜଷ୍ଟିସ ଏନ.ବି ରମଣଙ୍କ ଅଧକ୍ଷାତାରେ ୩ଜଣିଆ ଖଣ୍ଡ ପୀଠରେ କୁହାଯାଇଥିଲା ଯେ ଗୃହିଣୀ ମାନଙ୍କର କଠୋର ପରିଶ୍ରମ ପାଇଁ ଆର୍ଥିକ ମୂଲ୍ୟ ସ୍ଥିର କରିବା ଅତ୍ୟନ୍ତ କଷ୍ଟକର କିନ୍ତୁ ଏହା ମହତ୍ୱପୂର୍ଣ୍ଣ ଅଟେ l ଭାରତରେ ପାଖାପାଖି ୧୬ କୋଟି ମହିଳା ଘର ସମ୍ଭାଳି ଥାନ୍ତି ,ସେହି ସ୍ଥାନରେ ଘର ସମ୍ଭାଳିବା ପୁରୁଷଙ୍କ ସଂଖ୍ୟା ମାତ୍ର ୬୦ ଲକ୍ଷ l
ନିକଟରେ ଆସିଥିବା ଏକ ସର୍ଭେରୁ ଜଣାପଡିଛି ପାଖାପାଖି ପ୍ରତେକ ଦିନ ମହିଳା ମାନେ ୨୯୯ ମିନିଟ ପର୍ଯ୍ୟନ୍ତ ଏପରି ଘରେ କାମ କରିଥାନ୍ତି ଯେଉଁଥିପାଇଁ ସେମାନଙ୍କୁ କୌଣସି ପାରିଶ୍ରମିକ ମିଳିନଥାଏ ,କିନ୍ତୁ ସେହି ସ୍ଥାନରେ ପୁରୁଷା ମାନେ ଘରୋଇ କାମରେ ଗୋଟିଏ ଦିନରେ ମାତ୍ର ୯୭ ମିନିଟ ଦିଅନ୍ତି l ମହିଳା ମାନେ ରୋଷେଇ କରନ୍ତି ,ଘରସଫା କରନ୍ତି ,ଘରର ଆବଶକ୍ୟ ଜିନିଷ ବଜାରରୁ କିଣି ରଖନ୍ତି ଓ ବୟସ୍କ ମାନଙ୍କର ସେବା କରିବା ସହିତ ଛୋଟ ପିଲା ମାନଙ୍କର ଧ୍ୟାନ ରଖନ୍ତି l
ଏହି ପ୍ରକାର ଚିନ୍ତାଧାରା ଦ୍ୱାରା ନିଜର ଧ୍ୟାନ ରଖିବା ସହିତ ଘରର ଆର୍ଥିକ ସହାୟତା ମଧ୍ୟ ମହିଳା ମାନେ କରନ୍ତି ,ବର୍ଷ ବର୍ଷ ଧରି ଚାଲିଥିବା ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ନ୍ୟାୟାଳୟ ରାୟ ଦେଇଛନ୍ତି l କ୍ଷତି ପୁରାଣ ଭାବରେ ଯେଉଁଠି ମହିଳା ଜଣଙ୍କୁ ୨୨ ଲକ୍ଷ ମିଳିବାର ଥିଲା ସେଠାରେ ୩୩.୨ ଲକ୍ଷ କ୍ଷତି ପୂରଣ ଦେବା ପାଇଁ ଆଦେଶ ଦିଆଗଲା l ନ୍ୟାୟାଳୟଙ୍କର ଏହି ଆଦେଶ ସମୟରେ ଘରୋଇ ମହିଳା ମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଅ ଯାଇଥିଲା l କୁହାଯାଇଥିଲା ଯେ ତାଙ୍କର କାର୍ଯ୍ୟ ଯେ କୌଣସି ପରିବାରର ଆର୍ଥିକ ସ୍ଥିତିରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l
