ନୂଆଦିଲ୍ଲୀ : ସାରା ବିଶ୍ୱରେ ବଳାତ୍କାର ଏକ ଧତବ୍ୟ ଅପରାଧ ଅଟେ l ତେଣୁକରି ଅଧିକାଂଶ ଦେଶରେ ଏହି ଅପରାଧ ପାଇଁ କଠୋର ଦଣ୍ଡବିଧାନ କରାଯାଇଥାଏ l ନିକଟରେ ଇଣ୍ଡୋନେସିଆ ସରକାର ନିଜର ଗୋଟିଏ ବିବାଦିତ ନିୟମକୁ ସୁଦୃଢ କରିବା ପାଇଁ ଗୋଟିଏ ସରକାରୀ ନିୟମାବଳୀ ପାସ କରାଇଛନ୍ତି ,ଯାହା ଅନୁସାରେ ନାବାଳକ ମାନଙ୍କ ସହିତ ଯଦି ଯୌନ ଶୋଷଣ କରାଯାଏ ତେବେ ଉକ୍ତ ଅପରାଧୀକୁ ରାସାୟନିକ ପ୍ରୟୋଗ କରାଯାଏ ବନ୍ଧ୍ୟାକରଣ କରାଜିବା ଏହି ଅପରାଧୀ ମାନଙ୍କୁ ଇଞ୍ଜେକ୍ସନ ସାହାଯ୍ୟରେ ଏପରି ସଲ୍ୟୁସନ ପ୍ରୟୋଗ କରାଯିବ ଯାହା ତାଙ୍କର ଯୌନ ଇଛାକୁ ନଷ୍ଟ କରିଦେବ l ସେହିଭଳି ଆସନ୍ତୁ ଜାଣିବା ଅନ୍ୟ କିଛି ଦେଶ ବିଷୟରେ l
ସୌଦିଆରବ ଏପରି ଗୋଟିଏ ଦେଶ ଯେଉଁଠାରେ ମୁସଲ୍ମାନ ମାନଙ୍କର ସରିୟା କାନୁନକୁ ମାନ୍ୟତା ଦିଆଯାଇଛି l ଏହି ଦେଶରେ ବଲାତ୍କାରକୁ ନେଇ ନିୟମ କଠୋର ଅଟେ ,ଯଦି କୌଣସି ବ୍ୟକ୍ତି ବଳାତ୍କାର କେସ ରେ ଦୋଷୀ ମିଳିଲା ତେବେ ତାକୁ ଫାଶୀରେ ଟାଙ୍ଗି ଦିଆଯାଇଥାଏ ଓ ତାର ଯୌନାଙ୍ଗକୁ ମଧ୍ୟ କାଟି ଦିଆଯାଏ l ଏହା ସହିତ ଆଫଗାନିସ୍ତାନ ,ଇରାକ ଓ ଇରାନରେ ମଧ୍ୟ ବଲାତ୍କାରୀଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଏ l
ଚୀନରେ ବଲାତ୍କାରୀ କୁ ମୃତ୍ୟୁ ଦଣ୍ଡ ଦିଆଯାଏ ଏବଂ ଚୀନ ସରକାର ଏହିଭଳି ଅପରାଧକୁ ଯେତେ ଶୀଘ୍ର ଦଣ୍ଡବିଧାନ କରିବା ପାଇଁ l ମେଡିକାଲ ଯାଞ୍ଚ ରେ ଯଦି ପ୍ରମାଣିତ ହୋଇଯାଅ ଯେ ଦୋଷୀ ବଳାତ୍କାର କରିଛି ତେବେ ବିନା ଟ୍ରାଏଲ ରେ ମୃତ୍ୟୁ ଦଣ୍ଡ ଦିଆଯାଏ l ନାଇଜେରିଆର କିଛି ଦିନ ପୂର୍ବରୁ ସରକାର ନିଷ୍ପର୍ତ୍ତି ନେଇଥିଲେ ଯେ ବଲାତ୍କାରୀକୁ ନପୁଂସକ କରି ଦଣ୍ଡ ଦିଆଯିବ ଏବଂ ଯଦି ବଲାତ୍କାରୀ ୧୪ ବର୍ଷରୁ କମ କୌଣସି ପୀଡ଼ିତାଙ୍କୁ ବଳାତ୍କାର କରିଛି ତେବେ ତାକୁ ଫସି ଦିଆଯିବ l ଦୁନିଆରେ ଅଧିକାଂଶ ଦେଶରେ ବଲାତ୍କାରୀ ଦୋଷୀଙ୍କୁ ରସାୟନ ପ୍ରକ୍ରିୟା ଦ୍ୱାରା ନପୁଂସକ କରାଯାଉଛି l କିଛି ବର୍ଷ ପର୍ଯ୍ୟନ୍ତ ଏହି ରସାୟନ ପ୍ରକ୍ରିୟା ଶରୀରରେ କାମ କରିଥାଏ l
ଚେକ ରିପବ୍ଲିକରେ ବଲାତ୍କାରୀଙ୍କୁ ରାସାୟନିକ ପ୍ରକ୍ରିୟାରେ ନପୁଂସକ କରିବାର ନିୟମ ରହିଛି କିନ୍ତୁ ଜଘନ୍ୟ ବଲାତ୍କାରୀ ଅପରାଧୀଙ୍କୁ ସର୍ଜରୀ ସାହାଯ୍ୟରେ ନପୁଂସକ କରିଦିଅ ଯାଏ l ବିଶ୍ୱର ଅନେକ ମାନବ ଅଧିକାର କାର୍ଯ୍ୟକର୍ତା ଏହି ନିୟମ ଗୁଡିକୁ ବିରୋଧ କରି ଆସୁଛନ୍ତି ,କିନ୍ତୁ ଏହାର ପରିଣାମ ଆଜିପର୍ଯ୍ୟନ୍ତ କିଛିବି ମିଳିନାହିଁ