ଚଣ୍ଡିଖୋଲ, ୫/୧ : ଯାଜପୁର ଜିଲାର ଚଣ୍ଡିଖୋଲ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପକ୍ଷରୁ ମଙ୍ଗଳବାର ଦିନ ବ୍ୟାଙ୍କ ପରିସରରେ ଏକ ଋଣ ମେଳା ଅନୁଷ୍ଟିତ ହୋଇଯାଇଛି । ଏହି ଋଣ ମେଳାରେ ବଡ଼ଚଣା ଏବଂ ଧର୍ମଶାଳା ବ୍ଲକ୍ରେ ରହିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ଗ୍ରାମାଂଚଳରେ ମହିଳାମାନଙ୍କୁ ସ୍ୱଭଳମ୍ବି କରିବା ନେଇ ଏଥିରେ ଆଲୋଚନା ହୋଇଥିଲା । ବଡ଼ଚଣା ବ୍ଲକ୍ର ଶ୍ରେଷ୍ଠ ୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସମୁହ ଭାବେ ୩୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।
ଚଣ୍ଡିଖୋଲ ଶାଖା ମୁଖ୍ୟ ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ପତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଋଣ ମେଳା ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶାଖାର କ୍ଷେତ୍ର ଅଧିକାରୀ ସନ୍ତୋଷ କୁମାର ସାହୁ, ଅତିରିକ୍ତ ପ୍ରବନ୍ଧକ ସ୍ନେହା ମୁଦୁଲୀ ଓ ବ୍ୟାଙ୍କର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ମା ବ୍ରାହ୍ମଣୀଦେବୀ, କୁଣ୍ଡେଇଶୁଣି, ଉକ୍ରଳ ମହିଳା ସମିତି, ମହାବିନାୟକ, ଲକ୍ଷ୍ମୀନାରାୟଣ, ଜଗତେଶୁଣୀ ଓ ଯଶୋମଣୀ ପ୍ରଭୃତି ସ୍ୱୟଂ ସହାୟକା ଗୋଷ୍ଠୀଗୁଡ଼ିକୁ ଏକସଙ୍ଗେ ଋଣ ପ୍ରଦାନ କରାଯାଇଥିଲା ।