Odisha news

ବାରିପଦା ରେଲୱେ ଷ୍ଟେସନ ଟ୍ରାକ ନିକଟରୁ ଗେଟ୍ କିପରଙ୍କ ମୃତଦେହ ଉଦ୍ଧାର

0

ବାରିପଦା  : ବାରିପଦା ରେଳ ଷ୍ଟେସନ ପରିସରରେ ଥିବା ରେଲୱେ ଟ୍ରାକ ନିକଟରୁ ଶନିବାର ସକାଳୁ ଜଣେ ଗେଟ୍ କିପରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢୁଆ ପଞ୍ଚାୟତର ଭଗବାନ ମହାନ୍ତି ବୋଲି ଜଣାଯାଇଛି । ମୃତ ଭଗବାନ ଆର୍ମୀରୁ ଅବସର ନେବା ପରେ ଏଠାରେ ରେଲୱେ ଗେଟ୍ କିପର ଭାବରେ କାର୍ଯ୍ୟ କରୁଥିଲେ ବୋଲି ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ରାତ୍ରିରେ ଅତୁଲ୍ କୁମାର ନାମକ ଜଣେ ବ୍ୟକ୍ତି ଭଗବାନଙ୍କୁ ଭୋଜି ଖାଇବା ପାଇଁ ରେଲୱେ ଗେଷ୍ଟହାଉସକୁ ଡାକି ନେଇଥିଲେ ବୋଲି ପରିବାର ସୁତ୍ରରୁ ପ୍ରକାଶ ।

ତେବେ ସକାଳୁ ରେଲୱେ ଟ୍ରାକ ନିକଟରେ ଭଗବାନଙ୍କ ମୃତୁ୍ୟଦେହ ମିଳିବା ଓ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖାଦେଇଛି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଜିଆରପି ପୋଲିସ ଷ୍ଟେସନ ୧/୨୧ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ଏହି ଘଟଣା ରେଲୱେ ପୋଲିସ ଛାନବିନ୍ନ କରିବା ସହ ଏହା ହତ୍ୟା କି ନୁହେଁ ତାହା ତଦନ୍ତ କରୁଥିବାବେଳେ ଅତୁଲଙ୍କୁ ପୋଲିସ ଖୋଜାଖୋଜି କରୁଥିବାବେଳେ ସେ ମୋବାଇଲ୍ ସୁଇଜ୍ ଅଫ କରି କେଉଁ ଆଡେ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛନ୍ତି ବୋଲି ରେଲୱେ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply