ସାବଧାନ : ଆପଣ ଫେସବୁକ ମେସେଞ୍ଜର ବ୍ୟବହାର କରୁଛନ୍ତି କି ? ଗୋଟେ ଛୋଟ ଭୁଲ ଦ୍ୱାରା ଆପଣଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ ହୋଇପାରେ
ଫେସବୁକ ଏମିତି ଏକ ସାମାଜିକ ଗଣ ମାଧ୍ୟମ ଯାହା ଭାରତର ଲୋକମାନେ ସବୁଠୁ ଅଧିକ ବ୍ୟବହାର କରନ୍ତି l ଗ୍ରାହକ ମାନେ ଗେମ , ମାସେଜ , ଭିଡିଓ , ପୋଷ୍ଟ ପାଇଁ ଫେସବୁକ କୁ ବ୍ୟାବ ହର କରିଥାନ୍ତି l କିନ୍ତୁ ଆଜିକାକି ଏହି ଆଧୁନିକ ଯୁଗରେ ଅତ୍ୟଧିକ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଥରେ ଥରେ ଆପଣଙ୍କ ପାଇଁ ବହୁତ କ୍ଷତି କାରକ ହୋଇପାରେ l ଫେସବୁକ ଠକାମୀ ବହୁତ ମାତ୍ରାରେ ହେବାପରେ ଏବେ ସାମ୍ନାକୁ ଆଚିଛି ଆଉଏକ ନୂଆ ଠକାମୀ ଯାହାର ଆରମ୍ଭ ହେଉଛି “ଫେସବୁକ ମେସେଞ୍ଜର ” ରୁ l ଏହି ନୂଆ ଠକାମିର ନା ହେଉଛି ଫେସବୁକ ମେସେଞ୍ଜର ଭିଡ଼ିଓ l
ଏହା ଠକାମି ପ୍ରଥମେ ଫେସବୁକ ମାସେଞ୍ଜରରୁ ଆରମ୍ଭ ହେଉଛି ଓ ପରେ ଆପଣଙ୍କ ଆକାଉଣ୍ଟକୁ ସମ୍ପୂର୍ଣ ଭାବେ ହ୍ୟାକ କରିନିଆଯାଉଛି l ଏହି ଠକିମିରେ ସମ୍ପୃକ୍ତ ଲୋକମାନେ ସର୍ବ ପ୍ରଥମେ ଆପଣଙ୍କୁ ମେସେଞ୍ଜରରେ ଗୋଟେ ଭିଡ଼ିଓ ଲିଙ୍କ ପଠେଇବେ ଓ ତାପରେ ଗ୍ରାହକ ଯେତେବେଳେ ସେହି ଲିଙ୍କକୁ ବ୍ୟବହାର କରିବେ ସେତେବେଳେ ଆପଣଙ୍କୁ ଗୋଟେ କ୍ୟାପସନ ଆସିବ ଓ ଆପଣଙ୍କୁ ପଚାରିବ ” କଣ ଆପଣ ଏହି ଭିଡ଼ିଓରେ ଅଛନ୍ତି କି ” ? ଏହାପରେ ଆପଣ ସାଙ୍ଗେ ସାଙ୍ଗେ ଦେଖିବେ ସେହିପେଜ୍ ରେ ଆପଣ ନଥିବେ ଓ ସେହି ପେଜ ଆପଣଙ୍କୁ ଫେସବୁକ ଲଗଇନ ପାଇଁ ନେଇଯିବ l ଏହାପରେ ଆପଣଙ୍କୁ କୁହାଯିବ ଯେପର୍ଯ୍ୟନ୍ତ ଆପଣ ଲଗଇନ କରିନାହାନ୍ତି ଆପଣ ଆପଣଙ୍କ ଭିଡ଼ିଓ ଦେଖିପାରିବେ ନାହିଁ l ଯେମିତି ଆପଣ ଭିଡ଼ିଓ ଦେଖିବା ପାଇଁ ଲଗଇନ କରିବେ ସଙ୍ଗେ ସଙ୍ଗେ ସ୍କାମର ମାନେ ଆପଣଙ୍କ ଫେସବୁକ ପେଜର ଲଗଇନ ଡିଟେଲ ଚୋରିକରି ନେଇଯିବେ l
କହିରଖୁଛୁଜେ ବର୍ତମାନ ପର୍ଯ୍ୟନ୍ତ ଏହି ସ୍କାମରେ ଅନେକ ଲୋକ ଫସିସାରିଛନ୍ତି l Sophos ନିଜର ଅଫିସିଆଲ ବ୍ଲଗ୍ ରେ ଲେଖିଯେ ସ୍କାମରସ ମାନେ ଭିଡ଼ିଓ ଲିଙ୍କ ମାଧ୍ୟମରେ ଲୋକମାନଙ୍କୁ ଫସାଉଛନ୍ତି l
କେମିତି ରହିବେ ସୁରକ୍ଷିତ :
ଯଦି ଆପଣଙ୍କ କୌଣସି ସାଙ୍ଗ ଆପଣଙ୍କୁ କୌଣସି ଭିଡ଼ିଓ ଲିଙ୍କ ପଠାଉଛନ୍ତି ଆପଣତାକୁ ଚେକ କରିପାରିବେ l କିନ୍ତୁ ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ପାଖକୁ କୌଣସି ଲିଙ୍କ ପଠାଉଛି ତେବେ ସର୍ବ ପ୍ରଥମେ ଆପଣ ତାହାକୁ ଯାଞ୍ଚ କରନ୍ତୁ l ସେହି ବିଡ଼ିଓଙ୍କୁ ଓପନ କରନ୍ତୁ ଓ ଦେଖନ୍ତୁ ତାହା ଫେକ ଅଟେ କି ? ଏହାପରେ ଆପଣ ଆଗକୁ ଯାଆନ୍ତୁ ନାହିଁ କାରଣ ସେ ଆପଣଙ୍କୁ ସିଧାସଳଖ ଲଗଇନ ପେଜକୁ ନେଇଯିବା l ଯଦି ଆପଣ ସେ ପର୍ଯ୍ୟନ୍ତ ପଳାଇ ଯାଇଛନ୍ତି ଟେ ନିଜର ଲଗଇନ ଡିଟେଲ ଦିଆନ୍ତୁନି l