Odisha news

ନେପାଳରୁ ଖାଲି ହାତରେ ଫେରିଲା ଚୀନ୍ : ଓଲି କହିଲେ ନେପାଳ ରାଜନୀତିରେ ହସ୍ତକ୍ଷପ ନକରିବା ଉଚିତ

0

ନୂଆଦିଲ୍ଲୀ : ନେପାଳର କମ୍ୟୁନିଷ୍ଟ ପାର୍ଟିର ବିଭାଜନକୁ ଅଟକାଇବା ପାଇଁ କାଠମାଣ୍ଡୁ ଯାଇଥିବା ଚୀନ ରାଷ୍ଟ୍ରପତିଙ୍କ ଦୂତ ୪ ଦିନ କଠିନ ପରିଶ୍ରମ କରିବା ପରେ ଖାଲି ହାତରେ ଫେରିଗଲେ l ଚୀନ ରାଷ୍ଟ୍ରଦୂତ ଚାହୁଁଥିଲେ ଯେ ଦୁଇଫାଳ ହୋଇଥିବା କମ୍ୟୁନିଷ୍ଟ ପାର୍ଟିକୁ ଏକାଠି କରିବା ପାଇଁ l କିନ୍ତୁ ଭାଗ୍ୟର ବିଡମ୍ବନା ଯେ ନେପାଳ ରାଜନୀତିରେ ଚାଲିଥିବା ଫାଟକୁ ନେଇ ସେମାନେ ନିଜର ପ୍ରାଧାନ୍ୟ ଦେଖାଇ ପାରିଲେ ନାହିଁ l ଚୀନ ରାଷ୍ଟ୍ରପତି ନିଜ ଦେଶର ଅନ୍ତରାଷ୍ଟ୍ରୀୟ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କୁ ଏଥିପାଇଁ ପଠାଇ ଥିଲେ କାରଣ ସେ ନେପାଳରେ ନିଜର ପ୍ରାଧାନ୍ୟ ଦେଖାଇ ପାରିବେ l

ନେପାଳରେ କମ୍ୟୁନିଷ୍ଟ ପାର୍ଟି ଜରିଆରେ ଚୀନ କେବଳ ନିଜର ଏଜେଣ୍ଡା ପୁରା କରୁ ନଥିଲା ,ତା ସହିତ ସେ ନେପାଳକୁ ଭାରତ ଠାରୁ ଦୁରେଇ ରଖିବାରେ ମଧ୍ୟ ଚେଷ୍ଟା କରୁଥିଲା l କିନ୍ତୁ ଚୀନର ଯେଉଁ ଓଲି ସରକାର ଉପରେ ଅଧିକ ଭରସା ଥିଲା , ଆଜି ସେହି ଓଲି ଚୀନର ରାଷ୍ଟ୍ରଦୂତଙ୍କୁ ନେପାଳର ଅନ୍ତରୀଣ ମାମଲାରେ ହସ୍ତକ୍ଷପ ନ କରିବା ପାଇଁ ଉପଦେଶ ଦେଇଛନ୍ତି l ଯାହା ଚୀନ ପାଇଁ ଗୋଟିଏ ବଡ଼ ଝଟକା ଅଟେ l

ଚୀନ ପାଇଁ ସବୁବେଳେ ନେପାଳ କମ୍ୟୁନିଷ୍ଟ ପାର୍ଟି ଏକାଠି ରହିବାର ପ୍ରାଥମିକତା ଥିଲା ,ଯାହା ଦ୍ୱାରା ସେ ନିଜର ଷଡ଼ଯନ୍ତ୍ରକୁ ପୁରା କରିବା ସହିତ ଭାରତ ବିରୁଦ୍ଧରେ ଉସୁକାଇ ପାରୁଥିଲା l କିନ୍ତୁ ଯେତେବେଳେ ପାର୍ଟି ଭିତରେ ବିବାଦ ଓ ପଦବୀକୁ ନେଇ ପ୍ରଚଣ୍ଡଙ୍କର ନଜର ପଡିଲା ସେହି ସମୟରେ ନେପାଳ କମ୍ୟୁନିଷ୍ଟ ପାର୍ଟି ଓ ଚୀନ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଗଲା l ଚୀନ ପାଇଁ ବର୍ତମାନ ଓଲିଙ୍କର ମହତ୍ୱ ନାହିଁ l ବର୍ତ୍ତମାନ ମଧ୍ୟ ଚୀନ ରାଷ୍ଟ୍ରଦୂତ ଚେଷ୍ଟା କରିଥିଲେ ଓଲିଙ୍କୁ ଅଲଗା କରି ପ୍ରଚଣ୍ଡଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି କରିବେ ,କିନ୍ତୁ ଚୀନ ଶେଷରେ ଅସଫଳ ହୋଇ ଫେରିଗଲା l

Leave A Reply