ନାଆ ବାହି ତୁହି କାଳିଆ ଆସେ
ଆମକୁ ଦେଖିବା ପାଇଁ
ନଦୀ ର ତଟରେ ଅତି ସଙ୍କଟରେ
ରହିଛୁ ତୋ ପଥ ଚାହିଁ ।..
ତୁ ଆମ ଡାକ୍ତର, ତୁ ଆମ ବଇଦ
ତୁ ଆମର ସବୁ କିଛି
କନୋନା ପରେ ତୋ କରୁଣା ପାଇଁ
ମନେ ଉଙ୍କି ମାରିଅଛି ।..
ଧନ ଦେବ ପରା ସୁଖ ଓ ସମ୍ପଦ
ନ ଦେବ ମନରେ ଖୁସି
ସେନେହ କାଙ୍ଗାଳ ମଣିଷ ଆମରେ
ଚାହିଁଚୁ ତୋ ପାଇଁ ବସି । ..
***** ଖରସ୍ରୋତା