ଶିକ୍ଷକ ବନାମ ସାମ୍ବାଦିକ : ସାମ୍ବାଦିକ ପରିଚୟ ଦେଇ ଆୟୁଷ ଡାକ୍ତରଙ୍କୁ ମାଗିଲେ ଚାନ୍ଦା , କାର୍ଯ୍ୟାନୁଷ୍ଠାନ ଦାବି କଲେ ଡାକ୍ତର ଓ ସ୍ଥାନୀୟ ଲୋକେ
କୋଦଳା : ( ସୁଶାନ୍ତ କୁମାର ପଟ୍ଟନାୟକ) : ରାଜ୍ୟରେ ବିଭିନ୍ନ ସ୍ଥାନରୁ ନକଲି ସାମ୍ବାଦିକଙ୍କ କାରନାମା ସଂପର୍କରେ ବହୁ ବାର ଅଭିଯୋଗ ଆସୁଥିବା ବେଳେ ଏବେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଞ୍ଚଳରୁ ଜଣେ ଶିକ୍ଷକ ସାମ୍ବାଦିକ ସାଜିବା ଏବଂ ବଟି ମାଗି ଜଣେ ଆୟୁସ୍ ଡାକ୍ତରଙ୍କୁ ଧମକାଇବା ଭଳି ସଂଗୀନ ଅଭିଯୋଗ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା ଅନୁସାରେ ଖଲ୍ଲିିକୋଟ ବ୍ଲକରେ କାର୍ଯ୍ୟରତ ଦେବେନ୍ଦ୍ର ମହାରଣା ନାମକ ଜଣେ ନିଜକୁ ସାମ୍ବାଦିକ ପରିଚୟ ଦେଇ ବେଗୁନିଆପଡ଼ା ବ୍ଳକ ରାହାଡା ସ୍ଥିତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ମନୋଜ କୁମାର ସାହୁ ଓ କୋଦଳା ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସୁଥିବା ଜଣେ ଡାକ୍ତରଙ୍କୁ ଅର୍ଥ ମାଗିଥିଲେ।
ନୂଆବର୍ଷ ବିଜ୍ଞାପନ ବାବଦରେ ଏହି ଅର୍ଥ ମାଗିଥିବା କହିଛନ୍ତି ଡାକ୍ତର। ତେବେ ଏଥିରେ ଅମଂଗ ହେବାରୁ ଉଭୟ ଡାକ୍ତରକୁଂ ଅଶ୍ଲିଳ ଭାଷାରେ ଗାଳି ଗୁଲଜ ସହ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଡାକ୍ତର ଓ ସ୍ଥାନୀୟ ଲୋକେ। ଶନିବାର ମଧ୍ୟାହ୍ନରେ ଏଭଳି ଘଟଣା ଘଟିଥିବା ବେଳେ ଡାକ୍ତର ସ୍ଥାନୀୟ ଗ୍ରାମର ଭଦ୍ର ବ୍ଯକ୍ତି ମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଜନୈକ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ ଏ ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଉଲ୍ଲେଖ ଯୋଗ୍ୟ ଯେ ଜନୈକ ଶିକ୍ଷକ ଜଣକ ଏକ ପ୍ରତିଷ୍ଠିତ ଖବର କାଗଜରେ ସାମ୍ବାଦିକ ଥିବା କଥା ଅଞ୍ଚଳବାସୀ କହିଛନ୍ତି।