ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିଷ୍ପତି : ବିବାହ ପାଇଁ କଥା ଦେଇ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ସବୁବେଳେ ବଳାତ୍କାରର ଆଖ୍ୟା ଦିଆଯିବନାହିଁ
ନୂଆଦିଲ୍ଲୀ : ଦେଶରେ ଅଧିକାଂଶ ଏପରି ମାମଲା ଦେଖିବାକୁ ମିଳିଥାଏ ଯେଉଁଥିରେ ମହିଳା ମାନେ ପୁରୁଷ ମାନଙ୍କ ଉପରେ ବଳାତ୍କାରର ଆରୋପ ଲଗାଇଥାନ୍ତି ,ଏବଂ କହିଥାନ୍ତି ଯେ ପୁରୁଷ ମାନେ ବିବାହ ପାଇଁ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ l ଏହି ପରିସ୍ଥିତିରେ ପୁରୁଷଙ୍କ ପକ୍ଷରୁ ବିବାହ ପାଇଁ ମନା କରାଯିବ ଦ୍ୱାରା ମହିଳା ମାନେ ବଳାତ୍କାର ଓ ଧୋକା ଧାରୀର ଆରୋପ ଲଗାଇ କେସ ଦର୍ଜ କରନ୍ତି l ଏହି ପରି ଗୋଟିଏ ମାମଲାରେ ଦିଲ୍ଲୀ ହାଇ କୋର୍ଟ କହିଛନ୍ତି ଯେ ବିବାହ ପାଇଁ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପ୍ରତେକଥର ବଳାତ୍କାର ହୋଇ ନପାରେ l
ଜଣେ ମହିଳାଙ୍କ ପକ୍ଷରୁ ଦାଖଲ ହୋଇଥିବା ବଳାତ୍କାର କେସରେ ଶୁଣାଣି କରି ଦିଲ୍ଲୀ ହାଇ କୋର୍ଟ କହିଛନ୍ତି ଯଦି ମହିଳା ଜଣଙ୍କ ଦୀର୍ଘ ସମୟ ଧରି ନିଜ ଇଛାରେ ଶାରୀରିକ ସମ୍ପର୍କ ରଖିବାରେ ସହମତ ହୋଇଥାନ୍ତି ଏପରି ସ୍ଥିତିରେ ବିବାହ ପାଇଁ ପ୍ରତିଶୃତି ଦେଇ ଶାରୀରିକ ସମ୍ବଦ୍ଧ ରଖିବା ବଳାତ୍କାର ହୋଇ ପାରିବ ନାହିଁ l ଜଣେ ମହିଳା ଆଉ ଜଣେ ବ୍ୟକ୍ତିଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ତା ଉପରେ ବଳାତ୍କାରର କେସ ଦର୍ଜ କଲେ l ବ୍ୟକ୍ତି ଜଣଙ୍କ ମହିଳା ଜଣଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇ ମନା କରିଦେଲେ l ଏହି ମାମଲାରେ କୋର୍ଟ ବଳାତ୍କାର କେସକୁ ଖାରଜ କରିଛନ୍ତି l ଏହି ମାମଲାରେ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କର ରାୟକୁ କାୟମ ରଖି ବ୍ୟକ୍ତି ଜଣଙ୍କୁ ନିର୍ଦୋଷ ବୋଲି ଶୁଣାଣି କରିଛନ୍ତି l
ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯଦି ଶାରୀରିକ ସମ୍ବଦ୍ଧ ଦୀର୍ଘ ସମୟ ଧରି ଚାଲିଥିଲା ତେବେ ଏଥିରେ ବିବାହ ପ୍ରତିଶୃତିର ଶାରୀରିକ ସମ୍ପର୍କକୁ ଯୋଡି ଦେଖାଯିବ ନାହିଁ l ହାଇକୋର୍ଟ କହିଛନ୍ତି ଯେ ଯଦି ବିବାହର ମିଥ୍ୟା ପ୍ରତିଶୃତି କେବଳ ମହିଳାଙ୍କ ସହିତ ସମ୍ବନ୍ଧ ରଖିବାରେ କରାଯାଇଥାଏ କିମ୍ବା ମହିଳାଙ୍କ ସହମତିର ଭୁଲ ବ୍ୟବହାର ହୁଏ ତେବେ ଏହି ମାମଲାରେ IPC ଧାରା ୩୭୫ ଅନୁସାରେ ବଳାତ୍କାର କେସ ଦର୍ଜ କରାଯିବ l ଯଦି ଏହିପରି ସମ୍ପର୍କ ଲମ୍ବା ସମୟ ଧରି ଚାଲିଥିବା ଓ ଯେଉଁଥିରେ ଶାରୀରିକ ସମ୍ପର୍କକୁ ପ୍ରଥମେ ପ୍ରାଧାନ୍ୟ ଦିଆଯାଇ ପରେ ବିବାହ ପ୍ରତିଶୃତି ଦିଆଯିବ ତେବେ ଏହି ପରିସ୍ଥିତିରେ ଏହା ଅପରାଧ ଅଟେ କିନ୍ତୁ ମହିଳାଙ୍କ ସହମତିରେ ରଖିଥିବା ସମ୍ବଦ୍ଧ ବଳାତ୍କାର ମାମଲା ହୋଇ ନପାରେ l
