Odisha news

ହାତୀଓଟ ରେ ଧାନମଣ୍ଡି ଉଦଘାଟନ

0
ପୋଲସରା(ରଂଜୟ ପାଣିଗ୍ରାହ୍ୟ).16.12.2020 : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ହାତିଓଟ ପଞ୍ଚାୟତ କାର୍ଯ୍ୟଳୟ ପରିସର ମଧ୍ୟରେ ଆଜି  ପୋଲସରା ବିଧାୟକ  ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନମଣ୍ଡି କୁ ଉଦଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।
ପୋଲସରା ବିଧାୟକ ଓ ବିଡ଼ିଓ ଶ୍ରୀନନ୍ଦୀ ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଚାଷୀ କିଭଳି ଠିକ୍ ସମୟରେ ଧାନ ମଣ୍ଡି କୁ ଦେଇ ପାରିବେ ଚାଷୀ ମାନଙ୍କୁ ବୁଝାଇଥିଲେ ଏବଂ ସୋସାଇଟି ସେକ୍ରେଟାରୀ ଓ ମିଲର ମାନେ ଚାଷୀ ମାନଙ୍କ ସହିତ ସଠିକ ଭାବେ ସମନ୍ୱୟ ରକ୍ଷା କରିବା ପାଇଁ କହିଥିଲେ ।
ଏହାସହିତ ଯେକୌଣସି ସୋସାଇଟିରେ ଧାନକୁ ନେଇ ସମସ୍ୟା ଉପୁଜିଲେ ତାହା ତୁରନ୍ତ ପ୍ରଶାସନସହିତ ଯୋଗାଯୋଗ କଲେ ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି  ସମସ୍ୟାର ସମାଧାନ କରିବା ପାଇଁ ବାଟ ଖୋଜା ଯିବ ବୋଲି କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ , ସ୍ଥାନୀୟ ସରପଞ୍ଚ , ବ୍ଳକ ଯୋଗାଣ ଅଧିକାରୀ ହେମନ୍ତ ପ୍ରଧାନ , ସମବାୟ ସମିତି ର ସ୍ଵଭାପତି ଓ ସୋସାଇଟି ସେକ୍ରେଟାରୀ ପ୍ରତାପ କୁମାର ସଡଙ୍ଗି ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।
Leave A Reply