Odisha news

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା

0
ବୁଗୁଡା ୧୬/୧୨ : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷର ୧୫ ତମ ମହାଲକ୍ଷ୍ମୀ ପୂଜା ସକାଶେ ଗତ ଡିସେମ୍ବର ମାସ ୯ ତାରିଖ ଦିନ ଜଗନ୍ନାଥ ମନ୍ଦିର ଓ ରଘୁନାଥ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଆଜି ଡିସେମ୍ବର ୧୬ ତାରି ଦିନ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପୂଜାର କର୍ତ୍ତା ଭାବେ କେ.କୃଷ୍ଣମୂର୍ତ୍ତି ଅାଚାରୀ ଙ୍କ ସମେତ ବହୁ ମହିଳା ଓ ପୁରୁଷ ସ୍ଥାନୀୟ ସାମନ୍ତରା ବନ୍ଧରୁ ଜଳପୂର୍ଣ୍ଣ କଳସ ସହ ଅସ୍ଥାୟୀ ପୂଜା ମଣ୍ଡପ ପର୍ଯ୍ୟନ୍ତ ଆଣିବା ପରେ ମଣ୍ଡପରେ ପରମ୍ପରା ଅନୁସାରେ ପୂଜା ହୋଇଥିଲା।
ବଣିକ ସଙ୍ଘର ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ତ୍ୱରେ ଉଭୟ ବଣିକ ସଙ୍ଘ ଓ ପରିବା ବ୍ୟବସାୟୀ ସଙ୍ଘର ସଦସ୍ୟମାନେ କଳସ ଯାତ୍ରାରେ ସାମିଲ ହୋଇଥିଲେ । ପରିଚାଳନା କମିଟିର ସଦସ୍ୟ ନାରାୟଣ ସାମନ୍ତରା, କେ.ଅଚ୍ୟୁତ ପାତ୍ର, କେ.ବାବୁଲା ପାତ୍ର, ଉମା ଶଙ୍କର ନାୟକ, ବାଳକୃଷ୍ଣ ଦୋରା, କେ.ରାଘବ ପାତ୍ର, ଉତ୍କଳ ମହାରଣା, ଶଙ୍କର ରାଓ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସନ୍ତା କାଲି ଗୁରୁବାର ଠାରୁ ଏକ ସପ୍ତାହ ଯାଏ ମା’ ମହାଲକ୍ଷ୍ମୀଙ୍କର ପୂଜା, ହୋମ ଓ ସଂଧ୍ୟାଆରତୀ ଯଥାରୀତି ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସୂଚନା ଦେଇଛନ୍ତି ।
Leave A Reply