Odisha news

ଘାଇରେ ଗାଧୋବାକୁ ଯାଇ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର

0

ଫୁଲବାଣୀ (Santosh Mishra) :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳର ବଇରିକୁମ୍ପା ଗ୍ରାମରେ ଥିବା ଘାଇରେ ଗାଧୋଇବାକୁ ଯାଇ ରବିବାର ଦିନ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମୃତ ଦେହକୁ ଆଜି ଫିରିଙ୍ଗିଆ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି । ସୂଚନା ଅନସାରେ ଗତ ରବିବାର ଦିନ ବଇରିକୁମ୍ପା ଗାଁର ସପ୍ତେଶ୍ୱର ଦିଗାଲ(୪୫) ତାଙ୍କର ଦୁଇ ବନ୍ଧୁଙ୍କ ସହିତ ବାଇରିକୁମ୍ପା ଘାଇକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳକୁ ସପ୍ତେଶ୍ୱର ଗଭୀର ଜଳକୁ ଚାଲିଯାଇଥିଲେ । ତାଙ୍କ ବନ୍ଧୁମାନେ ତାଙ୍କୁ ସେଠାରେ ଖୋଜିବାକୁ ଚେଷ୍ଟା କରି ତାଙ୍କୁ ନ ପାଇବାରୁ ଗାଁରେ ଆସି ଖବର ଦେଇଥିଲେ ।

ଗାଁ ଲୋକେ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ଯଥା ସାଧ୍ୟ ଖୋଜାଖୋଜି କରିବାପରେ ମଧ୍ୟ ତାଙ୍କୁ ନ ପାଇବାରୁ ୧୩ ତାରିଖରେ ଫିରିଙ୍ଗିଆ ଥାନାରେ ଖବର ଦେଇଥିଲେ । ଫିରିଙ୍ଗିଆ ଥାନା ପୋଲିସ ଏକ ନିଖୋଜ ମାମଲା ୧୬/୨୦୨୦ ରୁଜ୍ଜୁ କରିବା ସହିତ ଅଗ୍ନିଶମ ବିଭାଗ ସହାୟତାରେ ଘାଇରେ ଯାଇ ସପ୍ତେଶ୍ୱରକୁ ଖୋଜିବା ଜାରୀ ରଖିଥିଲା । ଆଜି ସପ୍ତେଶ୍ୱରର ଶବକୁ ଘାଇ ଭିତରୁ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ଫିରିଙ୍ଗିଆ ଥାନା ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।

Leave A Reply