Odisha news

ପ୍ରେମ ରେ ପଡି ପ୍ରତାରଣା ପରେ ତିନି ଦିନ ଧରି ପ୍ରେମିକା ବସିଛି ପ୍ରେମିକ ଘରେ

0

ଗୋପ- : ପୁରୀ ଜିଲ୍ଲା ଗୋପ ଥାନା ବଉଲାଙ୍ଗ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ଯେଉଁଠି ପ୍ରେମିକ ର ମିଛ ପ୍ରେମରେ ଠକାମୀ ର ଶିକାର ହୋଇଛନ୍ତି ଜଣେ ନିରୀହ ଯୁବତୀ।ବଉଲାଙ୍ଗ ପଞ୍ଚାୟତ ର ବରିମୁଣ୍ଡ ଗାଁ ରେ ଘଟିଛି ଏହି ଭଳି ଘଟଣା।ନା ବାଳିକାରୁ ଆଜି ପର୍ଯ୍ୟନ୍ତ ରଞ୍ଜିତ ଦାସ ନାମକ ଜଣେ ଯୁବକ ରାଜଲକ୍ଷ୍ମୀ ବେହେରା ନାମକ ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ।

ବିବାହ ର ମିଛ ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଶେଷ ମୃହୃତରେ ବିବାହିତ ହୋଇ ଯାଇଥିବା  ରାଜଲକ୍ଷ୍ମୀଙ୍କୁ ଦିନେ ଶାଶୁ ଘରେ ରଖି ଦେଇନଥିଲେ।ଶାଶୁ ଘରୁ ଡାକିଆଣି ଅଧା ବାଟରେ ଛାଡି ରଞ୍ଜିତ ପଳାଇବା ଘଟଣା ଓ ରଞ୍ଜିତର ବାପା ,ମା ରାଜଲକ୍ଷ୍ମୀ କୁ ତାଙ୍କ ଘରେ ନ ପୁରାଇବା ଦ୍ଵାରା ରାଜଲକ୍ଷ୍ମୀ ରଞ୍ଜିତଙ୍କ ଘର ବାରଣ୍ଡାରେ ଆଜକୁ 3 ଦିନ ହେବ ବସିରହିଥିବା।ସହ ନୟାହାଟ ପାଣ୍ଡିରେ ଅଭିଯୋଗ କରିଛନ୍ତି।ପରିବାର ଲୋକେ ଝିଅ ଭଲ ପାଇବା ବିସୟରେ  ଅବଗତ ନଥିବାରୁ  ଝିଅ କୁ ବୟସ 24ବର୍ଷ ହୋଇଯାଉଥିବାରୁ ଝିଅକୁ ଗୋପ ବ୍ଲକ ନେତପୁର ଗାଁ ଯୁବକ ସହିତ ଗତ 9 ତାରିଖ ଦିନ ବିବାହ ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ବିବାହ କରି ପଠାଇଥିଲେ।ମାତ୍ର ସେହି ଦିନ ରାତି ରେ ରଞ୍ଜିତ ରାଜଲକ୍ଷ୍ମୀ ଙ୍କୁ ଫୋନ କୁ କଲ କରି ତାକୁ ତା ପାଖକୁ ଚାଲି ଆସିବାକୁ ଏବଂ ପୁନଃର୍ବାର ବିବାହ ର ମିଛ ପ୍ରତିଶ୍ରୁତି ଦେଇଥିଲେ। ଯେହେତୁ ଉଭୟ ଙ୍କ ପୂର୍ବରୁ ପ୍ରେମ ସମ୍ପର୍କ ରହି ଆସିଥିଲା ଓ  ନିଜ ଇଚ୍ଛା ବିନା ରାଜଲକ୍ଷ୍ମୀ ର ବିବାହ ହୋଇଥିଲା ତେଣୁ ରାଜଲକ୍ଷ୍ମୀ ତା ପ୍ରେମିକ ପାଖକୁ ଆସିବାକୁ ଉଚିତ ମନେ କରି ।

ବିବାହ ର କିଛି ଘଣ୍ଟା ପରେ ଶାଶୁ,ଶଶୁରଙ୍କୁ ସମସ୍ତ ଘଟଣା ଜଣାଇ ଦେଇବା ପରେ।  ରାଜଲକ୍ଷ୍ମୀ ଚାଲିଆସିଲା ରଞ୍ଜିତ ଘରକୁ । କିନ୍ତୁ  ରଞ୍ଜିତ ତାକୁ  କଥା ଦେଇ ନିଜ ଘରଛାଡି କୁଆଡେ ପଳାୟନ କରିବାରୁ ତାଙ୍କ ଘରେ ବାପା,ମା ଘର ଭିତରେ ରାଜଲକ୍ଷ୍ମୀଙ୍କୁ ନ ପୂରାଇବା ଦ୍ବାରା ପ୍ରେମିକ ବାରଣ୍ଡାରେ 3 ଦିନ ବସିରହିଛି ।ରାଜଲକ୍ଷ୍ମୀ ନା ବାପ ଘର, ନା ଶାଶୁ ଘର ନା ପ୍ରେମିକ ର କାହାର ହୋଇ ନପାରି ନ୍ୟାୟ ପାଇବା ପାଇଁ 3 ଦିନ ଧରି ରାଜଲକ୍ଷ୍ମୀ ବସି ରହିଛି ରଞ୍ଜିତ ଘର ବାରଣ୍ଡା ରେ ବସିରହିଛି।

Leave A Reply