Odisha news

୧୫ନମ୍ବର ଜିଲ୍ଲା ପରିଷଦ ଜୋନର ସମସ୍ୟା ସମ୍ପର୍କରେ ବିରୋଧୀଦଳ ନେତାଙ୍କୁ ସ୍ୱାରକପତ୍ର

0

କେନ୍ଦ୍ରାପଡା (Rabindra Dash) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୧୫ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ସେହି ଜୋନ ଅନ୍ତର୍ଗତ ଧୈାୟାଚଂଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ସ୍ୱାରକପତ୍ର ପ୍ରଦାନ କରିଛନ୍ତି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୧୫ନମ୍ବର ଜୋନ ଧୈାୟାଚଂଳର ୭ଟି ପଂଚାୟତର ଦକ୍ଷିଣରେ ବ୍ରାହ୍ମଣୀ ନଦୀ ଏବଂ ଉତ୍ତରରେ ଖରସ୍ରୋତା ନଦୀର ଶାଖା ପାଟନାଳୀ ମଧ୍ୟରେ ଅବସ୍ଥିତ ।

ସେହି ଅଚଂଳଟି ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଜର୍ଜ୍ଜରିତ ହେଉଥିବା ବେଳେ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି ସେ ଅଚଂଳର ଲୋକମାନେ । ବଡ ଦୁଃଖ ଓ ପରିତାପରେ ବିଷୟ ଅଚଂଳବାସୀ ଦୀର୍ଘ ୨୦ବର୍ଷ ଧରି ନବୀନ ସରକାରଙ୍କୁ ଜାବୁଡି ଧରିଥିଲେ ବି ସେହି ୭ଟି ପଂଚାୟତର ବହୁବିଧ ସମସ୍ୟା ମଧ୍ୟରୁ କୃଷି, ଗମନାଗମନ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ସମସ୍ୟାର ସମାଧାନ ହୋଇପାରିନାହିଁ ।

ତେଣୁ ବ୍ରାହ୍ମଣୀ ନଦୀ ଉପରେ ଅଳପୁଆ ଘାଟ ଠାରେ ଏକ ବ୍ରିଜ ନିର୍ମାଣ କରାଯାଇ ଯାଜପୁର ଜିଲ୍ଲା ସହ ସଂଯୋଗ କରାଯିବା,ସିଂହଗାଁ ପଂଚାୟତର ଦଶିପୁର ଠାରେ ପାଟନାଳୀ ଉପରେ ପ୍ରସ୍ତାବିତ ପୋଲ ନିର୍ମାଣ କରାଯିବା, ଧୈାୟାଚଂଳର ୮ହଜାର ଏକର ଚାଷଜମି ପାଇଁ ଜଳସେଚନର ବ୍ୟବସ୍ଥା କରାଯିବା, ଅଳପୁଆ ଓ ଅଣ୍ଡରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି କରଣ, ଯାଜପୁର ଜିଲ୍ଲାର କାଇପଡା ଠାରୁ କଟକ – ଚାନ୍ଦବାଲି ରାସ୍ତାର ପତ୍ରପୁର ପର୍ଯ୍ୟନ୍ତ ରାଜ୍ୟ ରାଜପଥ ରାସ୍ତା ନିର୍ମାଣ, ବ୍ରାହ୍ମଣୀ ନଦୀ ଉପରେ ନିଳକଣ୍ଠପୁର ଠାରେ ପ୍ରସ୍ତାବିତ ବିଜୁ ସେତୁ ନିର୍ମାଣ ଏବଂ ସେହି ଅଚଂଳର ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ଓଡିଶା ବିଧାନସଭାରେ ଏହିସବୁ ସମସ୍ୟା ଗୁଡିକ ଆଲୋଚନାକୁ ଅଣାଗଲେ ଧୈାୟାଚଂଳବାସୀଙ୍କ ବହୁ ଦିନର ସମସ୍ୟା ସମାଧାନ ହେବା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱାଳ ବିରୋଧୀ ଦଳର ନେତାଙ୍କୁ ନିବେଦନ କରିଛନ୍ତି ।

Leave A Reply