ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ସ୍ଥିତ ସ୍ଥାନୀୟ ଟାଉନ ହଲ ଠାରେ ବିଜେପି ର ଦୁଇ ଦିନିଆ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ବୋରିଗୁମ୍ମା ବିଜେପି ମଣ୍ଡଳ ସଭାପତି ରାଜ ସିଂ ଙ୍କ ସଭାପତିତ୍ୱ ରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଜୟପୁର ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୋରାପୁଟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁରଭି ପାଣି,ଜୟପୁର ଟାଉନ ଉପ ସଭାପତି ସୀମା କରଣ ଓ ଅଞ୍ଜଳୀ ଦେବୀ,ବିଜେପି କୋରାପୁଟ ଜିଲ୍ଲା ଉପ ସଭାପତି ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା। ବିଜେପି ଆଗାମୀ ଦିନରେ ସୁଦୃଡ଼ ହେବା ପାଇଁ ପ୍ରଶିକ୍ଷଣ ଜରୁରୀ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ।।ଉକ୍ତ ପ୍ରଶିକ୍ଷଣ ଶିବିରରେ ବୋରିଗୁମ୍ମା ବିଜେପି ମଣ୍ଡଳ ରସଭାପତି ସମେତ ସମସ୍ତ ଉପ ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, କୋଷାଧ୍ୟକ୍ଷ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା,କୃଷଜ ମୋର୍ଚ୍ଚା ଓ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ।
