Odisha news

ପାଣିନାଳ,ନାଳବନ୍ଧ ଓା ସରକାରୀ ଜମି ଉପରେ ବେଆଇନ ନିର୍ମାଣ ଅଭିଯୋଗ

0

କେନ୍ଦ୍ରାପଡା(Rabindra Dash) : କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ବଡହାଟ ମୈାଜାରେ ଥିବା ଜଳସେଚନ ବିଭାଗର ପାଣିନାଳ,ନାଳବନ୍ଧ ଓ ଗଡିଆ କିଷମ ସରକାରୀ ଜମି ଉପରେ ବେଆଇନ ନିର୍ମାଣକୁ ବେଦଖଲ କରାଯିବା ପାଇଁ ବଡହାଟ, ଚାଟରା, ଓଡିଶୋ, ମହିପାଳ ଓ କଜଳା ଗ୍ରାମର ଅଧିବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ତହସିଲ ଅଧିନ ବଡହାଟ ମୈାଜାର ହାଲ ଖାତା ନମ୍ବର – ୯୩୬ ଓଡିଶା ସରକାରଙ୍କ ଜଳସେଚନ ବିଭାଗ ନାମରେ ରେକର୍ଡଭୁକ୍ତ ହୋଇଛି । ଏହି ଖାତାରେ ଥିବା ଜମି ମଧ୍ୟଦେଇ ବଡହାଟ ଓ ତତସଂଲଗ୍ନ ମୈାଜାର ଚାଷଜମିରୁ ଉଦବୃତ୍ତ ଜଳ ନିଷ୍କାସନ ନିମନ୍ତେ ଏବଂ ସରକାରଙ୍କ ପ୍ଲାନ ଅନୁଯାଇ ଜଳ ନିଷ୍କାସନ ନାଳ ଓ ସାଧାରଣ ଜନତାଙ୍କ ଆବଶ୍ୟକତା ଅନୁଯାଇ ରାସ୍ତା ନିର୍ମାଣ ପାଇଁ ଉଦ୍ଦିଷ୍ଟ । ଏହି ଖାତାରେ ଥିବା ଅନେକ ଗୁଡିଏ ପ୍ଲଟ ମଧ୍ୟରୁ ପ୍ଲଟ ନମ୍ବର ୭, ୮ ଓ ୯ ର କିଷମ ପାଣିନାଳ, ଗଡିଆ ଓ ନାଳବନ୍ଧ ରହି ସେହି ଜମି ମଧ୍ୟଦେଇ ବଡହାଟ ଓ ତତସନ୍ନିକଟ ମୈାଜାର ଏକହଜାରରୁ ଉଦ୍ଧ୍ୱର୍ ଚାଷଜମିର ଉଦବୃତ୍ତଜଳ ଦୀର୍ଘ ବର୍ଷ ଧରି ନିଷ୍କାସିତ ହୋଇଆସୁଛି ।

ଏହାବ୍ୟତିତ ଏହି ଜମି ଉପର ଦେଇ ଚାଷୀମାନେ ଚାଷ କରିବାକୁ ସେମାନଙ୍କ ଚାଷଜମିକୁ ଯିବାଆସିବା ମଧ୍ୟ କରିଥାନ୍ତି । କିନ୍ତୁ ସେହି ଅଂଚଳର କେତେକ ଧନୀ, ପ୍ରଭାବଶାଳୀ ତଥା ରାଜନୈତିକ ପ୍ରତିପତିଶାଳି ବ୍ୟକ୍ତି ବିଶେଷ ଏହି ସର୍ବସାଧାରଣ ଜମିକୁ ବେଆଇନ ଭାବେ ଦଖଲ କରି ପ୍ଲଟ ନମ୍ବର ୯ ଉପରେ ଏକ ମନ୍ଦିର ନିର୍ମାଣ କରିବା ସହ ତାହାର ଚର୍ତୁପାଶ୍ୱର୍ରେ ପ୍ଲଟ ନମ୍ବର ୮ କୁ ଅବରୋଧକରି ପାଚେରୀ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀମାନେ ସେମାନଙ୍କ ଚାଷଜମିକୁ ଯିବା ପାଇଁ ବ୍ୟବହାର କରୁଥିବା ରାସ୍ତାଟି ସଂପୂର୍ଣ୍ଣ ଅବରୋଧ ହୋଇଯାଇଛି । ଏତଦଭିନ୍ନ ପ୍ରତିପତିଶାଳୀ ତଥା ଅପରାଧୀକ ପୃଷ୍ଟଭୂମି ଥିବା ସେ ଅଚଂଳର କେତେକ ଅପରାଧୀ ଶ୍ରେଣୀର ଲୋକ ପ୍ଲଟ ନମ୍ବ- ୭ର ପାଣିନାଳ କିଷମ ଥିବା କେତେକ ଅଂଶକୁ ଯୋରଜବରଦସ୍ତ ଅବରୋଧକରି ସେହି ଜମି ଉପରେ ମାଟିପକାଇ ପାଣି ନିଷ୍କାସନ ପଥକୁ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ସେହି ଅଚଂଳର ଚାଷଜମିରୁ ଉଦବୃତ୍ତଜଳ ନିଷ୍କାସନ ହୋଇନପାରିବାରୁ ଫସଲ ନଷ୍ଟ ହୋଇଯିବ ।

ଯଦ୍ୱାରା ଚାଷୀମାନଙ୍କର ପ୍ରଭୁତ କ୍ଷତିସାଧନ ହେବା ସହିତ ସେମାନଙ୍କ ଜୀବନ ଜୀବିକା ଉପରେ ଏହା ଗୁରୁତ୍ୱର ପ୍ରଭାବ ପକାଇବ ବୋଲି ଅଭିଯୋଗ ହୋଇଛି । ଏହି ଜମିରୁ ବେଆଇନ ଜବରଦଖଲ ହଟାଇବା ନିମନ୍ତେ କେନ୍ଦ୍ରାପଡା ତହସିଲଦାର ଓ ମାର୍ଶାଘାଇ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ନିବେଦନ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ତେଣୁ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ଜମି ଉପରୁ ବେଆଇନ ଅବରୋଧ ହଟାଇବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରୀ ସେଠୀଙ୍କୁ ଅନ୍ନପୂର୍ଣ୍ଣା ୟୁଥକ୍ଲବର ସଭାପତି ଶୁଭେନ୍ଦୁ କୁମାର ବାରିକ, ସମ୍ପାଦକ ନିରଞ୍ଜନ ସାହୁ, ବିଶ୍ୱ ମାନବାଧିକାର ସଂଗଠନର ଜିଲ୍ଲା ସଭାପତି ପ୍ରଭାତ କୁମାର ପାଣି, ବିଦୁ୍ୟତରଞ୍ଜନ ନାୟକ, ଅରୁଣ କୁମାର ଜେନା, ଭାଗବତ ପ୍ରସାଦ ଦାସ, ଚକ୍ରଧର ବାରିକ, ପ୍ରିତିଶ ରାଉତ, ଲଲାଟେନ୍ଦୁ ମହାନ୍ତି,ବିକାଶ ରଞ୍ଜନ ପୃଷ୍ଟି,ନିଗମ ପ୍ରସାଦ ପରିଡା, ଦୁଷ୍ମନ୍ତ କୁମାର ଦାସ, ମନୋଜ କୁମାର ରାଉତ, ତପନ କୁମାର ଦାସ ପ୍ରମୁଖ ଭେଟି ଦାବୀ କରିଛନ୍ତି । ଏଥିସହିତ ଅଭିଯୋଗକାରୀମାନେ କେନ୍ଦ୍ରାପଡା ବିଧାୟକ, କେନ୍ଦ୍ରାଚଂଳ ରାଜସ୍ୱ ଡିଭିଜନାଲ କମିଶନର, ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ସଚିବ, ମାର୍ଶାଘାଇ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ କେନ୍ଦ୍ରାପଡା ତହସିଲଦାରଙ୍କୁ ମଧ୍ୟ ଏହି ଅଭିଯୋଗର ନକଲ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।

Leave A Reply