ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମରା ପଞ୍ଚାୟତ ଅଧିନ ଭାଟିଗାଁ ଠାରେ ବ୍ଲକ ପ୍ରଶାସନ ତରଫରୁ ହୋଇଥିବା ମେଗା ପ୍ରୋଜେକ୍ଟ କୁ ବୁଲି ଦେଖିଥିଲେ ବୟାନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ। ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବା ମେଗା ପ୍ରୋଜେକ୍ଟ ରେ ବିଭିନ୍ନ ଗଛ ଯଥା କଦଳୀ ,ଅମୃତଭଣ୍ଡା, ନଡ଼ିଆ ,ଡାଲିମ୍ବ ,ସଜନା ଗଛ ମନ୍ତ୍ରୀ ଶ୍ରୀମତୀ ଦିଆନ ଦେଖିଥିଲେ।
ଏଥିସହ ମେଗା ପ୍ରୋଜେକ୍ଟ ରେ ହୋଇଥିବା କୁକୁଡ଼ା ଚାଷ, ଗୋପାଳନ ,ଛତୁ ଚାଷ ,ଜିଆ ଖତ ଚାଷ ଦେଖିଥିଲେ। ମେଗା ପ୍ରୋଜେକ୍ଟ ବୁଲି ମନ୍ତ୍ରୀ ଶ୍ରୀମତୀ ଦିଆନ ଖୁସି ହେବା ସହ ଏହାର ପରିଚାଳନା କିପରି ହେବ ସ୍ଥାନୀୟ ବିଡିଓ ପ୍ରଣୟ ରଞ୍ଜନ ବେହେରା ଙ୍କୁ ପଚାରି ବୁଝିଥିଲେ। ବିଡିଓ ଶ୍ରୀ ବେହେରା ମନ୍ତ୍ରୀ ଙ୍କୁ କହିଥିଲେ ଯେ ମନରେଗା ଓ ଅନ୍ୟାନ୍ୟ ଯୋଜନା ରେ ପ୍ରାୟ ୪୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ବ୍ୟୟ ରେ ମେଗା ପ୍ରୋଜେକ୍ଟ କରାଯାଇଛି।
ଏହାର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ଦିଆଯିବ।ସେମାନେ ମେଗା ପ୍ରୋଜେକ୍ଟ ଦ୍ୱାରା ସ୍ୱାବଲମ୍ବୀ ହେବା ସହ ଦୁଇ ପଇସା ରୋଜଗାର କରିପାରିବେ। ମନ୍ତ୍ରୀ ଙ୍କ ସହ ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା କେଶବ ପଣ୍ଡା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।