ତିହିଡି(Jadumani Panigrahi) : ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସ୍ୱାବଳମ୍ବୀ କରିବା ଲାଗି ସରକାରଙ୍କ ପକ୍ଷରୁ ମୋ ଉପକାରୀ ବଗିଚା ଯୋଜନା ଆରମ୍ଭ କରାଯାଇଛି । ଭଦ୍ରକ ଜିଲ୍ଲା ଅଧିନ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ୨୫ ଶହ ପରିବାର ଏହି ଯୋଜନାରେ ସ୍ୱାବଳମ୍ବୀ ହୋଇଥିବା ଜଣାଯାଇଛି । ମନରେଗା ଅନ୍ତର୍ଭୁକ୍ତ ଏହି ଯୋଜନାରେ ସେହି ପରିବାର ସବୁଙ୍କୁ ସହାୟତା ଯୋଗାଇ ଦିଆଯିବା ସହ ଆହୁରି ଅଧିକରୁ ଅଧିକ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ସୁଯୋଗ ସୃଷ୍ଟି କରାଯାଇଛି ।
ଗତ ଅଗଷ୍ଟ ମାସରୁ ଏହି ଯୋଜନା ଆରମ୍ଭ ହୋଇଥିଲା । ଗ୍ରାମଞ୍ଚଚଳରେ ତôବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଜନାର ସଫଳ ରୂପାୟନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏମାନଙ୍କ ଉଦ୍ୟମରେ ଗୋଷ୍ଠୀର ୨୧ଶହ ମହିଳାଙ୍କ ପରିବାର ଏଥିରେ ନିୟୋଜିତ ହୋଇ ଉପକୃତ ହୋଇଛନ୍ତି ।
ଅନ୍ୟ ୪ଶହ ପରିବାରକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି । ଯୋଜନାରେ ମହିଳା ମାନେ ସେମାନଙ୍କ ବାଡିରେ ଅମୃତଭଣ୍ଡା, ସଜନା ଗଛ ସମେତ ବିଭିନ୍ନ ପନିପରିବା ଚାଷ କରିଛନ୍ତି । ନିଜ ପରିବାରର ଆବଶ୍ୟକତା ପୂରଣ କରିବା ସହିତ ବଜାରରେ ବଗିଚାରୁ ଉତ୍ପାଦିନ ପନିପରିବା ବିକ୍ରୀ କରି ମଧ୍ୟ ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଏହି ଯୋଜନା ପାଇଁ ୧୦ ହଜାର ୭ଶହ ୨୯ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉଛି । ସେମାନେ ବଗିଚା ଆରମ୍ଭ କରିବା ପରେ ବିଭିନ୍ନ କିସ୍ତୀରେ ଏହି ଟଙ୍କା ପ୍ରଦାନ କରାଯାଉଛି ।
ଯାହାଦ୍ୱାରା ସେମାନେ ମଞ୍ଜି କ୍ରୟ କରିବା ସହିତ ମଜୁରୀ ଆକାରରେ ଟଙ୍କା ପ୍ରଦାନ ନେଇ କୌଣସି ସମସ୍ୟା ରହିବ ନାହିଁ । ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଗାଁକୁ କର୍ମଚାରୀ ମାନେ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହିତ ଏହାର ସଫଳ କାର୍ଯ୍ୟକାରିତା ନେଇ ଆବଶ୍ୟକ ପରାମର୍ଶ ବି ପ୍ରଦାନ କରୁଛନ୍ତି । ତେବେ ମହିଳା ମାନେ ଅଧିକ ଯତ୍ନବାନ ହେଲେ ମୋ ଉପକାରୀ ବଗିଚାର ସଫଳ ରୂପାୟନ ହୋଇପାରିବ ବୋଲି ମତପ୍ରକାଶ ପାଇଛି ।