Odisha news

ନୁ୍ୟଜିଲାଣ୍ଡ କାବିନେଟ୍‌ରେ ପ୍ରିୟଙ୍କା

0

ନୁ୍ୟଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଭାରତୀୟ ବଂଶୋଦ୍ଭୁତା ପ୍ରିୟଙ୍କା ରାଧାକୃଷ୍ଣନ୍‌ଙ୍କୁ ମନ୍ତ୍ରୀ ପଦରେ ନିଯୁକ୍ତ କରିଛନ୍ତି । ନୁ୍ୟଜିଲାଣ୍ଡରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୂଳ ନିବାସୀ ଏହି ପଦ ପାଇଛନ୍ତି । କାବିନେଟ୍‌ ସଂପ୍ରସାରଣ କ୍ରମେ ଯେଉଁ ୫ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଗଲା ସେମାନଙ୍କ ମଧ୍ୟରେ ପ୍ରିୟଙ୍କା ଅନ୍ୟତମ । ୪୧ ବର୍ଷୀୟା ପ୍ରିୟଙ୍କା କ୍ଷମତାସୀନ ଲେବର ପାର୍ଟିର ନେତ୍ରୀ । ମନ୍ତ୍ରୀ ହେବା ପରେ ସେ କହିଛନ୍ତି ଆଜି ମୋ ପାଇଁ ଖାସ୍‌ ଦିନ । ଆମ ସରକାରରେ ମନ୍ତ୍ରୀ ହେବା ପରେ ମୋ ମସ୍ତିଷ୍କକୁ ଏକସଙ୍ଗେ ବହୁ କଥା ଆସୁଛି । ପ୍ରିୟଙ୍କା ଚେନ୍ନାଇରେ ଜନ୍ମ ହୋଇଥିଲେ । କିନ୍ତୁ ତାଙ୍କ ପୂର୍ବପୁରୁଷ କେରଳ ନିବାସୀ । ପ୍ରିୟଙ୍କା ସ୍କୁଲ ଶିକ୍ଷା କରିଥିଲେ ସିଙ୍ଗାପୁରରେ । ଉଚ୍ଚଶିକ୍ଷା ପାଇଁ ସେ ଚାଲିଗଲେ ନୁ୍ୟଜିଲାଣ୍ଡ । ନୁ୍ୟଜିଲାଣ୍ଡରେ ସେ ଘରୋଇ ହିଂସାରେ ପୀଡ଼ିତା ଏବଂ ଶୋଷଣର ଶିକାର ହେଉଥିବା ପ୍ରବାସୀ ଶ୍ରମିକମାନଙ୍କ ଅଧିକାର ପାଇଁ କାମ କଲେ । ୨୦୧୭ ସେପେଫମ୍ବରରେ ପ୍ରିୟଙ୍କା ଲେବର ପାର୍ଟି ପକ୍ଷରୁ ସାଂସଦ ରୂପେ ନିର୍ବାଚିତ ହୋଇ ଗତବର୍ଷ ଏଥ୍‌ନିକ୍‌ କମୁ୍ୟନିଟି ମନ୍ତ୍ରୀଙ୍କ ସାଂସଦୀୟ ସଚିବ ହେଲେ । ଏହି ପଦରେ ଥାଇ ସେ ଭଲ କାମ କରିବାରୁ ଆଜି ମନ୍ତ୍ରୀ ପାହ୍ୟାରେ ପହଞ୍ଚି ପାରିଛନ୍ତି । ତାଙ୍କୁ ସାମାଜିକ ବିକାଶ ଓ ରୋଜଗାର ତଥା ଅନ୍ୟ ତିନିଟି ବିଭାଗ ଦାୟିତ୍ୱ ଦିଆଯାଇଛି । ପ୍ରିୟଙ୍କା ସ୍ୱାମୀଙ୍କ ସହ ଅକ୍‌ଲାଣ୍ଡରେ ରହୁଛନ୍ତି । କଂଗ୍ରେସ ନେତା ଶଶି ଥରୁର୍‌ ଟ୍ୱିଟ୍‌ କରି ଲେଖିଛନ୍ତି ଭାରତୀୟ ବଂଶଜାଙ୍କୁ ନୁ୍ୟଜିଲାଣ୍ଡରେ ପ୍ରଥମଥର ମନ୍ତ୍ରୀ କରାଯାଇଥିବାରୁ ପ୍ରିୟଙ୍କାଙ୍କୁ ବଧାଇ । କେରଳ ପାଇଁ ଏହା ଗୌରବର ମୁହୂର୍ତ୍ତ ।

Leave A Reply