Odisha news

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ତାରିଖ ଚୂଡ଼ାନ୍ତ

0

ମେଲ୍‌ବୋର୍ଣ୍ଣ, ୨୮ା୧୦ (ଏଜେନ୍ସି) : ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇଛି । ଡିସେମ୍ବର ୧୭ରୁ ଉଭୟ ଦଳ ମଧ୍ୟରେ ୪ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ପିଙ୍କ୍‌ ବଲ୍‌ରେ ଦିବା/ରାତ୍ର ଖେଳାଯିବ । ଏହା ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏକ ଦିବା/ରାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବ । ତେବେ ୬୯ ଦିନିଆ ଅଷ୍ଟ୍ରେଲିଆ ଗସ୍ତ ଦିନିକିଆ ଶୃଙ୍ଖଳାରୁ ଆରମ୍ଭ ହୋଇ ଟେଷ୍ଟରେ ଶେଷ ହେବ । ଏହି ଗସ୍ତରେ ଭାରତୀୟ ଖେଳାଳିଙ୍କ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ସାମିଲ ରହିଛି ।

Leave A Reply