ଅସତ୍ୟ ଉପରେ ସତ୍ୟର ଜୟଲାଭ କରିବାର ପ୍ରତୀକ ଦଶହରା ହିନ୍ଦୁ ଧର୍ମର ଗୋଟିଏ ପ୍ରମୁଖ ପର୍ବ l ଭଗବାନ ରାମ ଏହି ଦିନ ରାବଣର ବଦ୍ଧ କରିଥିଲେ l ଚଳିତ ବର୍ଷ ଦଶହରା ପର୍ବ ଅକ୍ଟୋବର ୨୫ ତାରିଖ ଦିନ ପାଳିତ ହେଉଛି l ମାନ୍ୟତା ରହିଛି ଯେ ଯଦି ଆପଣ ଦଶହରା ଦିନ ଏମିତି କିଛି ଜିନିଷର ଦର୍ଶନ କରନ୍ତି ଏହା ପଣଙ୍କୁ ଶୁଭ ଫଳ ଦେଇଥାଏ l ଏମିତିରେତ ଦଶହରା ପର୍ବ ଗୋଟିଏ ଶୁଭ ଦିନ ଅଟେ l ଏହିଦିନ ଲୋକମାନେ ନିଜ ନିଜ ଘରେ ପୂଜାପାଠ କରିଥାନ୍ତି ,ତାସାହିତ ଦୋକାନ ବଜାରରେ ମଧ୍ୟ ହୋମ ଆଦି ହୋଇଥାଏ l କିନ୍ତୁ କେଉଁ ଜିନିଷ ଗୁଡିକୁ ଦର୍ଶନ କଲେ ଆମକୁ ଶୁଭଫଳ ମିଳିବ ତାହା ଆସନ୍ତୁ ଜାଣିବା l
* ଦଶହରା ଦିନ ଯଦି ଆପଣ କୌଣସି ନୀଳ ରଙ୍ଗର ପକ୍ଷୀକୁ ଦେଖିବେ ତେବେ ଏହା ପଣଙ୍କୁ ଶୁଭ ଫଳ ଦେବା l ପୁରାଣରେ ବର୍ଣିତ ରହିଛି ଶ୍ରୀ ରାମଚନ୍ଦ୍ର ଏହି ପକ୍ଷୀକୁ ଦର୍ଶନ କରିବା ପରେ ରାବଣଙ୍କ ଉପରେ ବିଜୟ ପ୍ରାପ୍ତି କରିଥିଲେ l ଏହା ମଧ୍ୟ କୁହ ଯାଇଛି ଭଗବାନ ଶିବ ସେହି ପକ୍ଷୀର ରୂପ ଧାରଣା କରି ପୃଥିବୀ ପୃଷ୍ଠାକୁ ଆସିଥିଲେ l
* ଦଶହରା ଦିନ ଆପଣ ନିଜ ଗାଁ କିମ୍ବା ସହରର ସୀମା ବାହାରକୁ ଯାଇ କୌଣସି ମନ୍ଦିରରେ ଦେବା ଦର୍ଶନ କରିବା ଆବଶ୍ୟକ l ଏହା ଆପଣଙ୍କୁ ଶୁଭ ଫଳ ଦେବ ,କାରଣ ଦଶହରା ଦିନ କୌଣସି ସ୍ଥାନକୁ ଯାତ୍ରାକରିବା ଶୁଭଙ୍କର l ପ୍ରାଚୀନ କାଳରେ ଗାଁର ଲୋକମାନେ ସୀମା ପାର କରି ବାହାରକୁ ଯାଉଥିଲେ l
* ଦଶହରା ଦିନ ପହଁରୁଥିବା ମାଛକୁ ଦର୍ଶନ କରିବା ଶୁଭ ଦାୟକ l ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ବାଟରେ ନଦୀରେ ପହଁରୁଥିବା ମାଛ ଦେଖିଲେ ତେବେ ଜାଣିବେ ଯେ ଆପଣଙ୍କର ଦିନଟି ଭଲରେ ଯିବା l ଏମିତିରେ ମଧ୍ୟ ପୁରୁଣା କାଳରେ ଜିଅନ୍ତା ମାଛକୁ ଦର୍ଶନ କରି ଲୋକମାନେ କାମରେ ଯାଉଥିଲେ l
* ଦଶହରା ଦିନ କିଛି ଗରିବଙ୍କୁ ଖାଦ୍ୟ ଦେବା ମଧ୍ୟ ଶୁଭ ଅଟେ l କାରଣ ଏହି ଦିନ ମାଙ୍କର ବିଶେଷ କୃପା ରହିଥାଏ ,ଭୋକିଲାକୁ ଖାଦ୍ୟ ଦେଇ ସନ୍ତୁଷ୍ଟ କରିବା ପରେ ମାଙ୍କର ଆତ୍ମା ଶାନ୍ତି ହୋଇଥାଏ l ତେଣୁ ଦଶହରା ଦିନ ଖାଦ୍ୟ ଦେବା ଶୁଭ ଅଟେ l